Latest Odisha News

BREAKING NEWS

ବିବାହ ପରେ ରକୁଲଙ୍କ ପ୍ରଥମ ରୋଷେଇ, ପ୍ରସ୍ତୁତ କଲେ ଏହି ସ୍ଵତନ୍ତ୍ର ଡିସ୍

ମୁମ୍ବାଇ: ଗତ ଫେବୃଆରୀ ୨୧ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକିଙ୍କ ଗ୍ରାଣ୍ଡ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ବର୍ତ୍ତମାନ ସାମ୍ନାକୁ ଆସିଛି ରକୁଲଙ୍କ ପ୍ରୀତ ସିଂଙ୍କ ବିବାହିତ ଜୀବନ ପରର ରୀତିନୀତି । ଶାଶୁ ଘରେ ରକୁଲ ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି । ଅଭିନେତ୍ରୀ ଶାଶୁଘରେ ପ୍ରଥମ ଥର ପାଇଁ ପୁରା ପରିବା ଲୋକଙ୍କ ପାଇଁ ନିଜ ହାତରେ ହାଲୁଆ ପ୍ରସ୍ତୁତ କରିଛନ୍ତି ।

ନିକଟରେ ରାକୁଲ ପ୍ରୀତ ସିଂ ତାଙ୍କ ଇନଷ୍ଟାଗ୍ରାମ ଆ କାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏକ ସୁନ୍ଦର ହାଲୁଆରେ ପୂର୍ଣ୍ଣ ପାତ୍ରର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଚୌକା ଚାରଧାନା । ରକୁଲ ପ୍ରୀତ ସିଂଙ୍କ ପ୍ରଥମ ରୋଷେଇ ସମାରୋହର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୌକା ଚାରଧାନା ହେଉଛି ଏକ ରୀତିନୀତି ଯେଉଁଥିରେ ଜଣେ ନବବଧୂ ତାଙ୍କ ଶାଶୁ ଘରେ ପ୍ରଥମ ଥର ରୋଷେଇ କରିଥାଆନ୍ତି । ଏଥିରେ ଜଣେ ନବବଧୂ ନିଜ ହାତରେ କିଛି ମିଠା ପ୍ରସ୍ତୁତ କରି ପୁରା ପରିବାର ଲୋକଙ୍କୁ ଖାଇବାକୁ ଦେଇଥାଏ | ତେବେ ବିବାହ ପରେ ରକୁଲ ପ୍ରୀତ ସିଂ ତାଙ୍କର ପ୍ରଥମ ରୋଷେଇରେ ହାଲୱା ତିଆରି କରିଛନ୍ତି ।

ଗତ ଫେବୃଆରୀ ୧୯ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଦୁଇ ସେଲିବ୍ରିଟି ଯୋଡ଼ି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଶିଖ ରୀତିନୀତିରେ ଉଭୟଙ୍କ ହାତଗଣ୍ଠି ପଡିଛି । ରକୁଲ ଏବଂ ଜ୍ୟାକିଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିବା ବେଳେ ସାଙ୍ଗସାଥୀ, ପରିବାରଙ୍କ ଉପସ୍ଥିତିରେ ସାତ ଜନ୍ମର ସାଥୀ ହୋଇଥିଲେ ଦୁହେଁ ।

Comments are closed.