Latest Odisha News

ଫିଲ୍ମ ଛଡାଇ ନେଇଛନ୍ତି ଷ୍ଟାର୍‌କିଡ୍

ମୁମ୍ବାଇ: ରକୁଲ ପ୍ରୀତ ସିଂହ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ କେବଳ ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର କରିନାହାଁନ୍ତି, ବରଂ ‘ଦେ ଦେ ପ୍ୟାର୍ ଦେ’, ‘ରନୱେ 34’, ‘ଡକ୍ଟର ଜୀ’ ଏବଂ ‘ଛତ୍ରୀୱାଲୀ’ ଭଳି ହିନ୍ଦୀ ସିନେମାରେ ଅନେକ ଫିଲ୍ମ ମଧ୍ୟ କରିଛନ୍ତି। କୌଣସି ଇଣ୍ଡଷ୍ଟ୍ରି ପୃଷ୍ଠଭୂମି ବିନା ରାକୁଲ ଚଳଚ୍ଚିତ୍ରରେ ସ୍ଥାନ ପାଇଛନ୍ତି। ସମ୍ପ୍ରତି ରାକୁଲ ଅଜୟ ଦେବଗନ ଏବଂ ଆର ମାଧବନଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର ଦେ ୨’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏସବୁ ମଧ୍ୟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ବଲିଉଡ ଜଗତ ବିଷୟରେ କହିଥିଲେ।

ସିନେ ଇଣ୍ଡଷ୍ଟ୍ରିରେ ଷ୍ଟାରକିଡ ପରମ୍ପରାର ସମ୍ମୁଖୀନ ହେଉଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ। ରଣବୀର ଆହ୍ଲାବାଦିଆଙ୍କ ପଡକାଷ୍ଟ ଶୋରେ ଏ ବିଷୟରେ ସେ ଖୋଲି କଥା ହୋଇଛନ୍ତି। ରକୁଲ କହିଛନ୍ତି, ଷ୍ଟାରକିଡ୍‌ଙ୍କ ପାଇଁ ତାଙ୍କ ହାତରୁ ଅନେକ ଫିଲ୍ମ ଚାଲିଯାଇଛି। କିନ୍ତୁ ଏହାର ପ୍ରଭାବ ସେ ନିଜେ ମାନସିକତା ଉପରେ ପଡିବାକୁ ଦେଇନାହାଁନ୍ତି।

ନିକଟରେ ରକୁଲ ‘ଦ ରଣଭୀର ଶୋ’କୁ ଯାଇଥିଲେ। ଏହି ସମୟରେ ଅଭିନେତ୍ରୀ ନେପୋଟିଜିମ୍ ବିଷୟରେ କହିଥିଲେ। ତାଙ୍କ ଅଭିଜ୍ଞତା ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରୁଥିବାବେଳେ ରକୁଲ ସ୍ୱୀକାର କରିଛନ୍ତି ଯେ ଷ୍ଟାରକିଡ୍ କାରଣରୁ ସେ ନିଜ କ୍ୟାରିୟରରେ ଚଳଚ୍ଚିତ୍ର ହରାଇଛନ୍ତି, କିନ୍ତୁ ସେ ଏହାକୁ ଅଣଦେଖା କରିବାକୁ ପସନ୍ଦ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଜୀବନରେ ସୁଯୋଗର ଉତ୍ଥାନକୁ ବୁଝିବା ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ।

ରକୁଲ କହିଛନ୍ତି ଯେ ଭବିଷ୍ୟତରେ ତାଙ୍କ ପିଲା ଯଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚୟନ କରିବେ, ତେବେ ସେମାନଙ୍କୁ ସେ ସାହାଯ୍ୟ କରିବେ। ସେ ଯେମିତି ସଂଘର୍ଷ କରିଛନ୍ତି, ନିଜ ପିଲାଙ୍କୁ ସେହିଭଳି କରିବାକୁ ଦେବେ ନାହିଁ। ଷ୍ଟାରଙ୍କ ପିଲାମାନେ ଯଦି ଇଣ୍ଡଷ୍ଟ୍ରିରେ ସହଜରେ ଏଣ୍ଟ୍ରି କରିପାରୁଛନ୍ତି ତାର ଅର୍ଥ ସେମାନଙ୍କ ଅଭିଭାବକ କଠିନ ପରିଶ୍ରମ କରିଛନ୍ତି। ତେଣ ପ୍ରିୟାପ୍ରୀତି ବିଷୟରେ ଅଧିକ ଚିନ୍ତା କରୁନଥିବା ରକୁଲ କହିଛନ୍ତି।

 

Comments are closed.