Latest Odisha News

BREAKING NEWS

ଦ୍ୱିତୀୟଥର ବାପା ହେବେ ରାମଚରଣ

ହାଇଦ୍ରାବାଦ: ଦ୍ୱିତୀୟଥର ପାଇଁ ବାପା ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ସୋସିଆଲ ମିଡିଆରେ ରାମଚରଣ ଓ ଉପାସନା ବାପା-ମା ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଗୋଦଭରାଇ ସମୟର ଫଟୋ ଉପାସନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ପୁରା ପରିବାର ସହିତ ଉପାସନା ଗୋଦଭରାଇର ବିଧି କରୁଥିବା ଭିଡିଓ ସାମ୍ନାକୁ ଆସିଛି ।

ଏଥିରେ ରାମଚରଣ ଓ ଉପାସନା ବେସ ଖୁସିଥିବା ନଜର ଆସିଛନ୍ତି । ଦୀପାବଳିରେ ଡବଲ ଉତ୍ସବ, ଜଡବଲ ଭଲପାଇବା, ଜଡବଲ ଆଶିର୍ବାଦ ବୋଲି ଉପାସନା ଭିଡିଓ ସେୟାର କରି ଲେଖିଛନ୍ତି । ରାମଚରଣଙ୍କ ପ୍ରଥମ ପିଲା ୨୦୨୩ରେ ଜନ୍ମ ହୋଇଥିଲା । ୨୦୧୨ରେ ରାମଚରଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Comments are closed.