ଚେନ୍ନାଇ: ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍ଧାମ୍ରେ ପାଳନ କଲେ ସାଉଥ ସୁପରଷ୍ଟାର ରାମଚରଣଙ୍କ ଝିଅ । ସେ ତାଙ୍କ ଘରେ ଏକ ପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ରାମଚରଣଙ୍କ ପତ୍ନୀ ଉପାସନା କାମିନେନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି । ଏହି ସୁନ୍ଦର ଫଟୋରେ ଉପାସନା ତାଙ୍କ ଝିଅ କ୍ଲିନ କାରାଙ୍କୁ କୋଳରେ ଧରି ପୂଜାରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ୨ ମାସର ଝିଅ ଧଳା ରଙ୍ଗର ଲେହେଙ୍ଗା-ଚୋଲି ପିନ୍ଧିଥିବା ବେଳେ ଉପସାନା ଏକ ମେରୁନ କଲର ସାଲୱାର ସୁଟ ପିନ୍ଧିଛନ୍ତି , ଯେଉଁଥିରେ ଉଭୟ ମାଆ ଝିଅ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ଏହି ଫଟୋରେ ଉପାସନା ତାଙ୍କ ଝିଅର ମୁହଁ ଲୁଚାଇ ରଖିଛନ୍ତି ।
ସୁପରଷ୍ଟାର ରାମଚରଣ ଓ ତାଙ୍କ ପତ୍ନୀ ଉପାସନା ଏବେ ନିଜ କୁନି ଝିଅକୁ ନେଇ ଖୁବ୍ ଏନଜୟ କରୁଛନ୍ତି । ଗତ ଜୁନରେ ସେମାନେ ଏକ କନ୍ୟା ସନ୍ତାନର ବାପାମାଆ ହୋଇଥିଲେ । ତାଙ୍କ ଝିଅର ନାମ ରଖିଛନ୍ତି କ୍ଲିନ କାରା କୋନିଡେଲା । ନିକଟରେ ଉପାସନା ତାଙ୍କ ଝିଅ ସହ ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍ଧାମ୍ରେ ପାଳନ କରିଛନ୍ତି ।
Comments are closed.