Latest Odisha News

ରିଲିଜ ହେଲା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡି କମ୍ପାନୀ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ଡି କମ୍ପାନୀ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏ ନେଇ ନିର୍ମାତା ରାମ ଗୋପାଳ ବର୍ମା ‌ନିଜେ ଘେ‌ାଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅଶ୍ୱତ କନ୍ଥ, ପ୍ରଣୟ ଦୀକ୍ଷିତ, ନୈନା ଗାଙ୍ଗୁଲି ଏବଂ ଇରା ମୋର୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଏହାର କାହାଣୀ ଡାଉଡ୍ ଇବ୍ରାହିମ ନେତୃତ୍ୱରେ ମୁମ୍ବାଇରେ ଚାଲିଥିବା ଏକ ଷ୍ଟ୍ରିଟ୍ ଗ୍ୟାଙ୍ଗ କିପରି ବିଶ୍ୱର ସବୁଠାରୁ ଭୟଙ୍କର ଅପରାଧୀ ସଂଗଠନରେ ପରିଣତ ହେଲା ତାହାକୁ ନେଇ ଗତିଶୀଳ।

ଏହାକୁ ନେଇ ନିର୍ମାତା ରାମ ଗୋପାଳ ବର୍ମା କହିଛନ୍ତି ଯେ, “ଏହା ମୋର ଡ୍ରିମ୍‌ ପ୍ରୋଜେକ୍ଟ ଏବଂ ଡି କମ୍ପାନୀର ବିଷୟବସ୍ତୁ ଉପରେ ମୁଁ ପ୍ରାୟ ୨୦ ବର୍ଷ ଧରି ଗବେଷଣା କରିଛି। ଭାରତୀୟ ଅଣ୍ଡରୱାର୍ଲ୍ଡର ସ୍ୱତନ୍ତ୍ରତା ବିଷୟରେ କହିବା ପାଇଁ ମୁଁ ସର୍ବଦା ଆଗ୍ରହୀ ଥିଲି। ”

Comments are closed.