Latest Odisha News

BREAKING NEWS

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ ଗମ୍ଭୀର ଭାବେ ଆକ୍ରାନ୍ତ ଲୋକ ୮ ସପ୍ତାହରେ କୋଭିସିଲ୍ଡର ୨ଟି ଡୋଜ୍ ନେବେ । ପୂର୍ବରୁ ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ ସପ୍ତାହ ଥିଲା ।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ରୋଗ ଓ ଭୂତାଣୁ ଠାରୁ ରକ୍ଷା କରିବା ଲାଗି ଦ୍ୱିତୀୟ ଡୋଜ୍ ଶୀଘ୍ର ଦିଆଯିବ । ଏଥିସହ ସେ କହିଛନ୍ତି ଭାରତରେ ବ୍ୟାପୁଥିବା ଭାଇରସ୍ ବ୍ରିଟେନକୁ ବାଧା ପହଞ୍ଚାଇପାରେ । ଯୋଜନା ଅନୁସାରେ ଇଂଲଣ୍ଡ ଅନଲକ୍ ପାଇଁ ସୋମବାର ପରବର୍ତ୍ତୀ ପଦକ୍ଷେପ ନେବ ।

Leave A Reply

Your email address will not be published.