Latest Odisha News

BREAKING NEWS

୫୦ ବର୍ଷରେ ୫୫ କେଜି. ଓଜନ ହ୍ରାସ କଲେ ରାମ କପୁର… 

ନୂଆଦିଲ୍ଲୀ: ମଧୁମେହରେ ପୀଡିତ ରାମ କପୁରଙ୍କ ଓଜନ କ୍ରମାଗତ ଭାବରେ ବଢୁଥିଲା। ଆଉ ତାଙ୍କ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ସେ ହାର ମାନିନଥିଲେ ଏବଂ ଦୃଢ ନିଷ୍ଠାର ସହିତ ନିଜର ଓଜନ ହ୍ରାସ ଯାତ୍ରା ଆରମ୍ଭ କରିଥିଲେ।

ସେ ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ନିୟମିତ ବ୍ୟାୟାମ କରି ମାତ୍ର ୧୮ ମାସ ମଧ୍ୟରେ ୫୫ କିଲୋଗ୍ରାମରୁ ଅଧିକ ଓଜନ ହ୍ରାସ କରିଛନ୍ତି। ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ ବୟସ ସହିତ ମେଟାବୋଲିଜିମ୍ ଧୀର ହେବା ତାଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଓଜନ ହ୍ରାସ ହେଇ ପାରୁନଥିଲା। ତଥାପି ସେ ହାର ମାନିନଥିଲେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ତାଙ୍କ ଓଜନ ୧୪୦ କିଲୋଗ୍ରାମରେ ପହଞ୍ଚିଥିଲା। ଏପରିକି ସେ ୨୦ ଷ୍ଟେପ୍ ଚାଲିଲେ ବି ଥକି ଯାଉଥିଲେ। ମଧୁମେହ ଏବଂ ଗୋଡରେ ଆଘାତ ହେତୁ ଦୈନନ୍ଦିନ କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଯାହାପରେ ସେ ନିରନ୍ତର ଚେଷ୍ଟା କରିଚାଲିଥିଲେ। ମୁଁ ଦୁଇଥର କରିକି ୩୦ କିଲୋଗ୍ରାମ ଓଜନ ହ୍ରାସ କରିଥିଲି। ବର୍ତ୍ତମାନ ମୁଁ ଫିଟନେସ୍ ଜର୍ଣ୍ଣିରେ ରହିଛି।

 

Comments are closed.