Latest Odisha News

BREAKING NEWS

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ ଭକ୍ତଙ୍କୁ ଅନୁମତି, ଦର୍ଶନ ପାଇଁ ମିଳିବ ୩ ସେକେଣ୍ଡ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ ବୋଲି ଆକଳନ କରିଛନ୍ତି । ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଜଣେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ ସେକେଣ୍ଡର ସମୟ ମିଳିବ ବୋଲି କହିଛନ୍ତି । ୮ରୁ ୧୦ ଘଂଟା ମନ୍ଦିର ଖୋଲା ରହିବ । ଏହା ମଧ୍ୟରେ cଭକ୍ତମାନେ ପ୍ରଭୂଙ୍କୁ ଦର୍ଶନ କରିପାରିବେ । ବର୍ତମାନ ବିଶେଷ ଅବସରକୁ ଛାଡିଦେଲେ ଅଧିକ ଭକ୍ତ ହନୁମାନଗଢ଼ୀରେ ହନୁମାନଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ।

ଏହାର ସଂଖ୍ୟା ପାଖାପାଖି ୨୫ ହଜାର ରହିବ । ହନୁମାନ ଜୟନ୍ତୀ, ଦୀପାବଳୀ, ଦଶହରା ଓ ନବବର୍ଷରେ ଏହାର ସଂଖ୍ୟା ୨ଗୁଣରୁ ଅଧିକ ହୋଇଯାଇଥାଏ । ଏବେଠାରୁ ଏହି ଧାର୍ମିକସ୍ଥଳୀରେ ରୋଜଗାର ଓ ବ୍ୟାପାରରେ ବୃଦ୍ଧି ପରିଲକ୍ଷିତ ହେବାରେ ଲାଗିଛି । ଶ୍ରୀରାମ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା ପରେ ଭକ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Comments are closed.