Latest Odisha News

ଦୀପାବଳିରେ ଆସିଲା ‘ରାମ ସେତୁ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀପାବଳି ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଖାସ୍ ଅନ୍ଦାଜରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

ସେ ସୋସିଆଲ୍ ମିଡିଆରେ ନିଜର ଅପକମିଂ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି ।

 

ଫିଲ୍ମର ଫାଷ୍ଟ ଲୁକରେ ଅକ୍ଷୟ ପୂରାପୂରି ଗମ୍ଭୀର ଦେଖାଯାଉଛନ୍ତି । ଯେଉଁଥିରେ ସେ ଡେନିମ୍ ସର୍ଟ ଓ ଗ୍ରେ ରଙ୍ଗର କାର୍ଗୋ ପିନ୍ଧିଥିବା ନଜର ଆସୁଛନ୍ତି । କେଶରୀ ରଙ୍ଗର ଏକ କପଡା ସେ ନିଜର ବେକରେ ଗୁଡେଇ ହୋଇଥିବା ବେଳେ ବ୍ୟାକଗ୍ରାଉଣ୍ଡରେ ଭଗବାନ ରାମଙ୍କ ଚିତ୍ର ରହିଛି ।

‘ରାମ ସେତୁ’ର ନିର୍ଦ୍ଦେଶନା ଭାର ଅଭିଷେକ ଶର୍ମା ସମ୍ଭାଳୁଥିବା ବେଳେ ନିର୍ମାତା ହେଉଛନ୍ତି ଅରୁଣା ଭାଟିଆ ଓ ବିକ୍ରମ ମଲହୋତ୍ରା।

 

Leave A Reply

Your email address will not be published.