Latest Odisha News

BREAKING NEWS

ଆଜି ରାମ ନବମୀ: କୋଭିଡ୍ ଯୋଗୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଫିକା

ଭୁବନେଶ୍ୱର: ଆଜି ହେଉଛି ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । କୋଭିଡ୍ ସଂକ୍ରମଣ ଯୋଗୁ ଏବର୍ଷ ନିରାଡମ୍ବର ଭାବରେ ପାଳନ କରାଯାଉଛି ଶ୍ରୀରାମଙ୍କ ଜନ୍ମୋତ୍ସବ । ବିମାନ ଭକ୍ତରେ ରାମ ନବମୀ ପାଳନ ହେଉଛି । ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି । ଭିଡ଼ ଯେଭଳି ନହେବ ତାଉପରେ ନଜର ରଖିଛି ପୋଲିସ ।

ଭୁବନେଶ୍ୱର ଓ କଟକରେ ରାମ ନବମୀ ଉତ୍ସବ ଫିକା ପଡ଼ିଛି । କରୋନା ଯୋଗୁ ଆଜିଠାରୁ ଟୁଇନ ସିଟିରେ ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ ହୋଇଛି । ଫଳରେ ରାମ ନବମୀରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଘରେ ଘରେ ପୂଜାର୍ଚ୍ଚନା କରାଯାଉଛି । ପ୍ରତିବର୍ଷ ରାମନବମୀରେ ଭୁବନେଶ୍ୱରରେ ରାମ ମନ୍ଦିର, ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇଥାଏ ।

Leave A Reply

Your email address will not be published.