Latest Odisha News

BREAKING NEWS

ରେମଡେସିବିର ଓ କଞ୍ଚା ମାଲ ଆମଦାନୀ ଉପରୁ ଆମଦାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇସର ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସରକାର ରେମଡେସିବିର, ଏହାର କଞ୍ଚା ମାଲ୍ ଏବଂ ଭାଇରଲ ନିରୋଧି ଔଧଯ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅନ୍ୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଘୋଷଣା କରିଛନ୍ତି ସରକାର । ଏହି ପଦକ୍ଷେପ ଦ୍ୱାରା ରେମଡେସିବିର ଇଞ୍ଜେକ୍ସନର ଘରୋଇ ଆମଦାନୀ ବଢ଼ିବା ଓ ଦାମ ଶସ୍ତା ହେବ । ଗୁରୁତର କରୋନା ରୋଗୀଙ୍କୁ ରେମଡେସିବିର ଇଞ୍ଜେକ୍ସନ ଦିଆଯାଉଛି ।

ସରକାର କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କକୁ ଅକ୍ଟୋବର ୩୧ ଯାଏ ହଟାଇ ଦେଇଛନ୍ତି । ଏହି ସମୟରେ ରେମଡେସିବିର ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ, ରେମଡେସିବିର ଇଞ୍ଜେକ୍ସନ୍ ଓ ରେମଡେସିବିର ପ୍ରସ୍ତୁତିରେ ବ୍ୟବହୃତ ବେଟା ସାଇକ୍ଲୋଡେକ୍ଟ୍ରିନ୍ ଆମଦାନୀ ଉପରେ ଆମଦାନୀ ଶୁଳ୍କ ଲାଗିବ ନାହିଁ ।

Leave A Reply

Your email address will not be published.