ନୂଆଦିଲ୍ଲୀ: ଗତକାଲି(ମାର୍ଚ୍ଚ ୩୦) ରାମନବମୀ ଉତ୍ସବରେ ଦେଶରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଅନେକ ସ୍ଥାନରେ ହିଂସାକାଣ୍ଡ ସହ ଜଳାପୋଡ଼ା ହୋଇଥିଲା। ସାରା ଦେଶରେ ହିଂସା କାରଣରୁ ୨୨ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ୭୪ ଜଣଙ୍କୁ ଗରିଫ କରାଯାଇଛି। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ବିଭିନ୍ନ ରାଜ୍ୟରେ ହୋଇଥିବା ହିଂସାକାଣ୍ଡର ଖବର ବିଷୟରେ ଜାଣନ୍ତୁ।

ପଶ୍ଚିମବଙ୍ଗ- ଗତକାଲି ହାୱଡା ଶିବପୁରୀରେ ରାମନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା। ରାସ୍ତାକଡ଼ରେ ଥିବା ଘରଗୁଡ଼ିକ ଶୋଭାଯାତ୍ରା ଉପରେ ପଥରମାଡ଼ କରିଥିଲେ। ଏଥିରେ ଏକାଧିକ ଆହତ ହୋଇଥିଲେ। ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ରହିବି କିଛି ଶୁଣି ନଥିବା ଅଭିଯୋଗ ହୋଇଛି। ଉପଦ୍ରବକାରୀମାନେ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକ ଜାଳି ଦେଇଥିଲେ। ହିଂସା ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲା। ଏହି ଘଟଣା ପରେ ବର୍ତ୍ତମାନ ସୁଧା ପୁଲିସ ୩୬ ଜଣଙ୍କୁ ଗିରଫ କରିଛି। ହାୱଡ଼ା ଶିବପୁରୀରେ ହିଂସାକାଣ୍ଡ ଯୋଗୁ ଅନ୍ୟ କେତେକ ସ୍ଥାନରେ ମଧ୍ୟ ହିଂସକ ଘଟଣା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଉତ୍ତଜେନା ସ୍ଥଳରେ ବିପୁଳ ପୁଲିସ ମୁତୟନ କରାଯାଇଛି।
ବିହାର- ରାଜ୍ୟର ମୁଙ୍ଗେର ଠାରେ ରାମନବମୀରେ ହିଂସା ଦେଖିବାକୁ ମିଳିଛି। ରାମନବମୀ ଅବସରରେ ଶୋଭାୟାତ୍ରା ବାହାରି ହଜରତଗଞ୍ଚ ମହୋଲ୍ଲା ଏରିଆରେ ପ୍ରବେଶ କରିଥିଲା। ଏହି ସମୟରେ ଅଶ୍ଳୀଳ ଭାଷାର ପ୍ରୟୋଗ କରାଯିବା ପରେ ହିଂସାକାଣ୍ଡ ହୋଇଥିଲା। ଘଟଣାରେ ପୁଲିସ ଅଜଣା ଅଭିଯୁକ୍ତ ବିରୋଧରେ ୨୦୦ ମାମଲା ରୁଜୁ କରିଛି।

ଗୁଜରାଟ- ଗୁଜରଟା ବଡୋଦରାରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାମନବମୀ ଶୋଭାଯାତ୍ରାରେ ପଥରମାଡ଼ ହେବା ପରେ ସ୍ଥିତି ବିଗିଡ଼ିଯାଇଥିଲା। ଏହାପରେ ପୁଲିସ ଚଢ଼ାଉ କରି ଉପଦ୍ରବକୀରାମନଙ୍କୁ ଗିରଫ କରିବା ଆରମ୍ଭ କରିଦେଇଥିଲା। ରାତି ସାରା ପୁଲିସ ଚଢ଼ାଉ କରି ୨୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ବନ୍ଧୁକ ବି ଫୁଟିଛି। ପୁଲିସ ସିସିଟିଭି ଫୁଟେ୍ଜ୍ ଯାଞ୍ଚ କରିବା ସହ ୨୦୦ ପୁଲିସ ଜବାନ ମୁତୟନ ହୋଇଛନ୍ତି। ଡିସିପି ମଧ୍ୟ ଆସି ସ୍ଥିତି ନିରୀକ୍ଷଣ କରୁଛନ୍ତି।

ମହାରାଷ୍ଟ୍ର ସମ୍ଭାଜୀନଗର- ଏଠାରେ ମଧ୍ୟ ପଥରମାଡ଼କୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ୨୯ ତାରିଖ ରାତିରୁ ହିଂସାକୀରମାନେ ମନ୍ଦିର ପାଖରେ ଭଙ୍ଗାରୁଜା କରିବା ସହ ହିଂସା ଭିଆଇଥିଲେ। ଘଟଣାରେ ପୁଲିସ ସତର୍କତା ଅବଲମ୍ବନ କରି ଘଟଣା ସ୍ଥଳରେ ସକ୍ରିୟ ରହିଛି। ଶୋଭାଯାତ୍ର ପୂର୍ବରୁ ହିଂସା ହୋଇଥିବା ବେଳେ ଶୋଭାଯାତ୍ରା ଶାନ୍ତିର ଯାଇଥିବା ସୂଚନା ମିଳିଛି।
ମୁମ୍ବାଇ ହଙ୍ଗାମା- ରାମନବମୀ ଶୋଭାଯାତ୍ରା ବାହାରିବା ବେଳେ ଏଠାରେ ବି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ପୁଲିସ ତୁରନ୍ତ ହସ୍ତକ୍ଷେପ କରି ହିଂସାକୁ ରୋକିବାରେ ସଫଳ ହୋଇଥିଲା। ଏଥିରେ ଫିଙ୍ଗାଫୋପଡ଼ାରେ କିଛି ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।
ଲକ୍ଷ୍ନୌରେ ଛାତ୍ରସଂଗଠନ ମୁହାଁମୁହିଁ- ଲକ୍ଷ୍ନୌରେ ବାବା ସାହେବ ଭୀମରାଓ ଆମ୍ବେଦକର ୟୁନିଭର୍ସିଟିର ଏବିଭିପି ଛାତ୍ରଛାତ୍ରୀମାନେ ରାମନବମୀରେ ଶୋଭାଯାତ୍ରା ବାହାର କରିଥିଲେ। ହେଲେ ଷୁଟେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆର କିଛି ଛାତ୍ର ଏହାର ବିରୋଧ କରିବା ସହ ପୋଷ୍ଟର ଫାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସେମାନଙ୍କ ଗିରଫଦାରୀ ନେଇ ଏବିଭିପି ଛାତ୍ରଛାତ୍ରୀ ଧାରଣ ପ୍ରଦର୍ଶନ କରିଥିଲେ। ପୁଲିସ ମାମଲାରେ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଛି। ଦେଶରେ ଏଭଳି ଅନେକ ଛୋଟବଡ଼ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି।
Comments are closed.