Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ “ରୋଜା” ଅର୍ଥାତ ଉପବାସ ରଖାଯାଇଥାଏ ।

ମୁସଲମାନ ଭାଇ ଓ ଭଉଣୀ ମାନେ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପେୟ ଗ୍ରହଣ କରନ୍ତିନାହିଁ । ଏହି ସମୟରେ ସେମାନେ ପ୍ରାର୍ଥନା କରିବା ସହିତ କୁରାନ ପାଠ କରିଥାନ୍ତି । ଏପରିକି ଦାନ ମଧ୍ୟ କରିଥାନ୍ତି । ଏହା ଚଳିତବର୍ଷ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଅପ୍ରେଲ ୯ରେ ସରିବ ।

ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ । ତେବେ ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଘରେଘରେ ହୋଇଛି ପ୍ରସ୍ତୁତି ।

ଇସଲାମୀ କ୍ୟାଲେଣ୍ଡରର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ ‘ଇଦ ଉଲ-ଫିତର’ ଦିନ ଶେଷ ହୋଇଥାଏ । ଇଦ୍ ର ଅର୍ଥ ଖୁସି, ଫିତର ଅର୍ଥ ଦାନ । ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ ରାତ୍ରି ଆଟେ । ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି ।

ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.