Latest Odisha News

BREAKING NEWS

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୬ ମୃତ, ୧୦ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ବରଯାତ୍ରୀ ମାନେ ନାଚଗୀତ କରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ୬ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ମଧ୍ୟପ୍ରଦେଶର ନର୍ମଦାପୁରରୁ ଏକ ବାହାଘର ଶୋଭାଯାତ୍ରା ବାହାରି ସୁଲତାନପୁରରେ ପହଞ୍ଚିଥିଲା । ଏହାପରେ ବରଯାତ୍ରୀ ମାନେ ରାସ୍ତାର ଏକ ପାଖରେ ନାଚଗୀତ କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଚାଳକଙ୍କ ବେପରୁ ଗାଡି ଚାଳନା ଯୋଗୁ ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ୬ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୦ଜଣ ଗୁରୁତର ହୋଇଛନ୍ତି ।

ଆଉ ଏହି ହସଖୁସିର ସମୟ ପାଲଟିଯାଇଥିଲା ଦୁଃଖରେ । ଆର୍ତ୍ତ ଚିତ୍କାର ସାଙ୍ଗକୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ । ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ହେଲେ ଗୁରୁତର ଅବସ୍ଥାରେ ୧୦ ଜଣଙ୍କୁ ଭୋପାଳ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭରଟି ଫେରାର ଥିବାବେଳେ, ଟ୍ରକ୍ କୁ ଜବର ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.