Latest Odisha News

BREAKING NEWS

ନିର୍ମାଣର ୨ ମାସ ପୂରିନି, ଭୁଶୁଡି ପଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ

ଭୁବନେଶ୍ୱର: ଭୁଶୁଡି ପଡିଲା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଚେରୀ । ୧୨ ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଲମ୍ବର ଏହି ପାଚେରୀ ୟୁନିଭର୍ସିଟି ଗାର୍ଡେନକୁ ପଟକୁ ଭୁଶୁଡି ପଡିଛି । ତେବେ ଆଜି ରବିବାର ଥିବାରୁ ଛାତ୍ରୀମାନେ ଏଠାରେ ନ  ଥିବାରୁ କାହାରି କିଛି କ୍ଷତି ହୋଇନାହିଁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟ ଗସ୍ତ କରିବା ପୂର୍ବରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପାଚେରୀ ନିର୍ମାଣ କରାଯାଇଥିଲା । କାମକୁ ୨ ମାସ ପୂରିନି । ହେଲେ ପାଚେରୀ ଭୁଶୁଡି ପଡିଛି । ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଭିଯୋଗ ଆସିଛି ।

ରବିବାର ସକାଳ ପ୍ରାୟ  ୭ଟା ବେଳେ ଏହି ପାଚେରି ଭୁଶୁଡ଼ି ପଡ଼ିଥିଲା। ରବିବାର ଥିଲେ ହେଁ ସେଠାରେ ଏକ ଛାତ୍ରୀମାନଙ୍କର ଏକ କାର୍ଯ୍ୟକ୍ରମ ଥିଲା । ହେଲେ ପିଲାମାନେ ଆସିବା ପୂର୍ବରୁ ପାଚେରୀ ଭୁଶୁଡି ପଡିଥିବାରୁ ଏକ ବଡ ଅଘଟଣ ହଟି ଯାଇଛି  ।

ନିର୍ମାଣ କାର୍ଯ୍ୟରେ  ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରେଟର ଜୀବନ ରାଉତ । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏହି ପାଚେରୀ ନିର୍ମାଣ କରାଯାଇଥିଲା । ହେଲେ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇ ନ ଥିଲା । ବରଂ ପୁରୁଣା ପାଚେରୀକୁ ନ ଭାଙ୍ଗି ତା ଉପରେ ଇଟା ଯୋଡି କେବଳ ଉଚ୍ଚା କରି ଦିଆଯାଇଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପାଚେରୀକୁ ଦେଖିବା ପରେ ଏହା ବିପଦସଙ୍କୁଳ ଅବସ୍ଥାରେ ଅଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇ ପାରେ ବୋଲି ଭିସି ଆଶଙ୍କା କରି ବିଏମସିକୁ ଚିଠି ଲେଖିଥିଲେ । ହେଲେ ବିଏମସି ଏହାକୁ ଧ୍ୟାନ ଦିଆ ଯାଇ ନ ଥିବାରୁ ଆଜି ପାଚେରୀ ଭାଙ୍ଗି ପଡିଛି ।

 

Leave A Reply

Your email address will not be published.