Latest Odisha News

BREAKING NEWS

ମୁକେଶ ଛାବଡାଙ୍କ ବିବାଦୀୟ ବୟାନ, ରାବଣ ପ୍ରେମରେ ପଡି ଯାଇଥିଲେ

ମୁମ୍ବାଇ: କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡାଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ନୀତିଶ ତିୱାରୀଙ୍କ ଆଗାମୀ ଫିଲ୍ମ ରାମାୟଣର ଷ୍ଟାର କାଷ୍ଟ ଘୋଷଣା ଅବସରରେ ମୁକେଶ କହିଥିଲେ ରାବଣ ପ୍ରେମରେ ପଡି ଯାଇଥିଲେ.. । ସେ ତାଙ୍କ ସ୍ଥାନରେ ଠିକ ଥିଲେ । ଭଉଣୀ ପ୍ରେମରେ ସେ ପ୍ରତିଶୋଧ ପରାୟଣ ହୋଇ ପଡିଥିଲେ । ଉଭୟ ପକ୍ଷ ସେମାନଙ୍କ ନୀତି ଅନୁସାରେ ଠିକ ଥିଲେ ବୋଲି ମୁକେଶ କହିଛନ୍ତି । ଏହି ଫିଲ୍ମରେ ରଣବୀର କାପୁର ଶ୍ରୀରାମ ଏବଂ ସାଇ ପଲ୍ଲବୀ ମାଆ ସୀତାଙ୍କ ଭୂମିକା କରୁଛନ୍ତି । ସାଉଥ ଷ୍ଟାର ୟଶ ରାବଣଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ।

ସନୀ ଦେଓଲ ହନୁମାନଙ୍କ ଭୂମିକା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଆଦିପୂରୁଷ ଫିଲ୍ମ ପୂର୍ବରୁ ରାବଣଙ୍କ ମାନବୀୟ ସଂସ୍କରଣ ଆମେ ଉପସ୍ଥାପନ କରୁଛି ବୋଲି କହି ସୈଫ ଅଲୀ ଖାଁ ବିବାଦରେ ପଡିଥିଲେ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରି ନ ଥିଲା ।

Comments are closed.