ନୁଆଦିଲ୍ଲୀ; ଆଜିଠୁ ପ୍ରସାରଣ ହେବ ସୁପରହିଟ୍ ଟିଭି ସିରିଜ୍ ରାମାୟଣ । ହେଲେ ଡିଡି ର ଅନ୍ୟ ଚ୍ୟାନେଲଗୁଡିକରେ ବି ଯୋଡି ହୋଇଛି କିଛି ଅନ୍ୟ ସୁପରହିଟ୍ ଟିଭି ସିରିଜ ।
ତିନି ଦଶନ୍ଧି ପରେ ସିରିଜ ରାମାୟଣ ଆଜିଠୁ ପୁନଃ ପ୍ରସାରଣ ହେବାକୁ ଯାଉଛି । ପ୍ରସାରଣ ସମୟ ସକାଳ ୯ଟା ଓ ରାତି ୯ଟା ଥିବାବେଳେ ଦର୍ଶକ ଦିନକୁ ଦୁଇଟି ଏପିସୋଡ ଦେଖିବାକୁ ପାଇବେ ।
ଅନ୍ୟପଟେ ପ୍ରସାର ଭାରତୀରେ ବି ଆଜିଠୁ ପ୍ରସାରଣ ହେବ ଅଲ୍ ଟାଇମ୍ ସୁପରହିଟ୍ ଡିଟେକ୍ଟିଭ ସିରିଜ୍ ବ୍ୟୋମକେଶ ବକ୍ସି । ରଜିତ୍ କାପୁରଙ୍କ ଅଭିନୀତ ଏହି ସିରିଜ୍ ଦିନ ୧୧ଟାରେ ପ୍ରସାରଣ ହେବ ।
ସେହିଭଳି କିଙ୍ଗଖାନ ଶାହରୁଖଙ୍କ ମୋଷ୍ଟ ରିମାର୍କେବଲ୍ ସିରିଜ୍ ସର୍କସ୍ ବି ଡିଡି ଭାରତୀରେ ଆଜିଠୁ ପ୍ରସାରିତ ହେବ । ସଂଧ୍ୟା ୮ଟାରେ ଏହି ସିରିଜକୁ ଦର୍ଶକ ଦେଖିବାକୁ ପାଇବେ ।
ତିନିତିନୋଟି ସୁପରହିଟ୍ ସିରିଜ ଛଡା ମହାଭାରତ ଭଳି ଏପିକ୍ ସିରିଜ ବି ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସିବ । ପ୍ରଥମ ଏପିସୋଡ ଦିନ ୧୨ଟା ଓ ଦ୍ୱିତୀୟ ଏପିସୋଡ ସଂଧ୍ୟା ୭ଟାରେ ପ୍ରସାରଣ ହେବ ।
ସମସ୍ତ ସିରିଜ ଗୁଡିକ ଡିଜିବିଟା ଟୁଲ୍ ଜରିଆରେ ସୁଟ୍ ହୋଇଥିବାରୁ ଏହାର କ୍ୱାଲିଟି ଇମ୍ପ୍ରୁଭମେଣ୍ଟରେ ଲାଗିପଡିଛନ୍ତି ଦୂରଦର୍ଶନ ଏକ୍ସପର୍ଟ ।
Comments are closed.