Latest Odisha News

BREAKING NEWS

ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍ 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ “ରାମାୟଣ’ ବକ୍ସ ଅଫିସରେ ଧମାଲ ମଚାଇଛି। ରଣବୀର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ପୌରାଣିକ ଫିଲ୍ମ ରିଲିଜ୍ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗି ଚାଲିଛି । “ରାମାୟଣ” କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଭାରତ ଏବଂ ବିଦେଶରେ ଫିଲ୍ମର କଲେକ୍ସନ ସମସ୍ତଙ୍କୁ ଚମକାଇ ଦେଇଛି ।

“ରାମାୟଣ” ନବମ ଦିନରେ “ଧୁରନ୍ଧର ୨’ ରେକର୍ଡ଼ ଭାଙ୍ଗିଛି । ଦଶମ ଦିନରେ ଫିଲ୍ମର କଲେକ୍ସନ ନିଜ ରେକର୍ଡ ଭାଙ୍ଗି ଦେଇଛି। “ରାମାୟଣ”ର ଦଶମ ଦିନର ବକ୍ସ ଅଫିସ କଲେକ୍ସନ ୧,୨୦୦ କୋଟି ଅତିକ୍ରମ କରିଛି।

ଦଶମ ଦିନରେ ୟଶଙ୍କ ଫିଲ୍ମ କେବଳ ଭାରତରେ ୭୨.୯୦ କୋଟି ଆୟ କରିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ୫୩.୭୫ କୋଟି, କନ୍ନଡରେ ୫.୪୦ କୋଟି, ମାଲାୟଲମରେ ୪.୭୫ କୋଟି, ଏବଂ ତେଲୁଗୁରେ ୪.୨୫ କୋଟି ଆୟ କରିଛି। ଚଳଚ୍ଚିତ୍ରଟି ୨୩,୪୫୧ ସ୍କ୍ରିନରେ ମୁକ୍ତିଲାଭ କରିଥିଲା। ଭାରତରେ ଚଳଚ୍ଚିତ୍ରର ନେଟ୍ ସଂଗ୍ରହ ୬୮୫.୬୦ କୋଟି ଥିଲା, ଯେତେବେଳେ ଏହାର ମୋଟ ଆୟ ୮୧୯.୫୦ କୋଟି ରହିଛି ।

ଚଳଚ୍ଚିତ୍ରଟିର ବିଶ୍ୱବ୍ୟାପୀ ଲୋକପ୍ରିୟତା ତାର ଆୟରୁ ସ୍ପଷ୍ଟ ହୋଇଛି । ଗତକାଲି, ଚଳଚ୍ଚିତ୍ରଟି ବିଦେଶରେ ୩୦ କୋଟି ରୋଜଗାର କରିଥିଲା, ଯାହା ଏହାର ମୋଟ ବିଦେଶ ସଂଗ୍ରହ ୪୦୮.୫୦ କୋଟିକୁ ପହଞ୍ଚାଇଛି। ଯାହା ଫଳରେ ବିଶ୍ୱବ୍ୟାପୀ ୧୨.୨୮ କୋଟି ସଂଗ୍ରହ କରାଯାଇଛି। ‘ରାମାୟଣ’ ଆଗକୁ ଆମିର ଖାନଙ୍କ ୧୨.୫ କୋଟି ଆୟର ରେକର୍ଡ଼କୁ ଖୁବଶୀଘ୍ର ଭାଙ୍ଗିବା ପାଇଁ ଯାଉଛି।

 

Leave A Reply

Your email address will not be published.