Latest Odisha News

BREAKING NEWS

ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା, ବରେଲିରେ ଏନଆଇଏ ଟିମର ଚଢାଉ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା । ଜାରି ରହିଛି ଏନଆଇଏ ଟିମର ଅନୁସନ୍ଧାନ । ବୁଧବାର ଏନଆଇଏର ଲକ୍ଷ୍ନୌ ୟୁନିଟ୍ ଫୋର୍ସ ଧୌରାତଣ୍ଡାର ମୌଲାନାଙ୍କ ଘରେ ଚଢାଉ କରିଛି । ତେବେ ଚଢାଉ ବେଳେ ମୌଲାନା ଘରେ ନଥିଲେ । ତାଙ୍କୁ ଏକ ଧାର୍ମିକ ସ୍ଥାନରୁ ଉଠାଇ ନେଇଛି ଟିମ୍ । ସେଠାରୁ ତାଙ୍କୁ ଭୋଜିପୁରା ପୋଲିସ ଷ୍ଟେସନକୁ ଅଣାଯାଇଛି । ଥାନାରେ ଦୀର୍ଘ ୫ଘଣ୍ଟାର ପଚରାଉଚରା ପରେ ଛାଡିଦେଇଛି ତଦନ୍ତକାରୀ ଦଳ ।

ସୂଚନାନୁସାରେ, ବାଙ୍ଗାଲୋରରେ ହୋଇଥିବା ବୋମା ବିସ୍ଫୋରଣର ତଦନ୍ତ କରିବା ପାଇଁ ଏନଆଇଏର ଲକ୍ଷ୍ନୌ ୟୁନିଟର ଏକ ଟିମ୍ ଭୋଜିପୁରା ନାଏବ ତହସିଲଦାରଙ୍କ ସହ ଭୋଜିପୁରା ପୋଲିସ ଷ୍ଟେସନ ଏବଂ ଧୌରାତଣ୍ଡା ଆଉଟପୋଷ୍ଟର ବାହିନୀ ମାନଙ୍କୁ ନେଇ ମୌଲାନା ମହମ୍ମଦ ଉମାୟରଙ୍କ ଘରେ ଚଢଉ କରିଥିଲା । କିନ୍ତୁ ଚଢାଉ ବେଳେ ମୌଲାନାଙ୍କୁ ଘରେ ଦେଖିବାକୁ ମିଳିନଥିଲା । ପୋଲିସ ମୌଲାନାର ପିତା ମହମ୍ମଦ ଶୋଏବଙ୍କୁ ନେଇ ଧୌରାତଣ୍ଡାର ଏକ ଧାର୍ମିକ ସ୍ଥାନରେ ପହଞ୍ଚିଥିଲା । ସେଠାରୁ ମୌଲାନାଙ୍କୁ ସିଧା ପୋଲିସ ଷ୍ଟେସନକୁ ଉଠାଇ ଆଣିଛି ଟିମ୍ । ଭୋଜିପୁରା ପୋଲିସ ଷ୍ଟେସନରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରା ଜାରି ରହିଥିଲା ।

ତେବେ ଘଟଣା ଦିନ ମୌଲାନା ମହମ୍ମଦ ଉମାୟର ବେଙ୍ଗାଲୁରୁର ଏକ ଧାର୍ମିକ ସ୍ଥାନରେ ନମାଜ ପଢୁଥିଲେ । ବୋମା ବିସ୍ଫୋରଣ ଘଟଣା ପରେ ମୌଲାନା ମହମ୍ମଦ ଉମାୟର ବେଙ୍ଗାଲୁରୁ ଛାଡିଥିଲେ । ସେ ଧୌରାତଣ୍ଡାରୁ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ । ଏନେଇ ଖବର ପାଇବା ପରେ କର୍ଣ୍ଣାଟକ ଏନଆଇଏ ଟିମ୍ ଲକ୍ଷ୍ନୌ ୟୁନିଟ୍କୁ ମୌଲାନା ଉମାୟରଙ୍କ ବିଷୟରେ ଅଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଲକ୍ଷ୍ନୌ ଏନଆଇଏ ଟିମ୍ ଗତ କିଛି ଦିନ ହେବ ମୌଲାନାକୁ ଖୋଜିବା ପରେ ଶେଷରେ ସେ ଧରା ପଡିଥିଲା । ତେବେ ମୌଲାନାକୁ ପଚରାଉଚରା କରାଯିବା ପରେ କୌଣସି ସବୁଶେଷ ତତ୍ୟ ମିଳିପାରିନାହିଁ ବୋଲି କହଛି ପୋଲିସ । ପଚରାଉଚରା ପରେ ପୋଲିସ ମୌଲାନାକୁ ଛାଡିଦେଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଛି ଟିମ୍ ।

ସୂଚନାନୁସାରେ, ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ରେ ବେଙ୍ଗାଲୁରୁର ରମେଶ୍ୱରାମ୍ କାଫେରେ ଅପରାହ୍ନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ୧୦ ଜଣ ଆହତ ହୋଇଥିଲେ । ଏହା ପରେ ପୋଲିସ ଏବଂ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସିସିଟିଭି ଯାଞ୍ଚ କରାଯାଇଥିଲା ଏବଂ ଜଣେ ଅଭିଯୁକ୍ତଙ୍କୁ ସିସିଟିଭିରେ ଦେଖିବାକୁ ମିଳିଥିଲା। ତାଙ୍କ କାନ୍ଧରେ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗ ଥିବା ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.