Latest Odisha News

BREAKING NEWS

ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ, ଜୀବିତ ଅଛନ୍ତି କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା

ମୁମ୍ବାଇ: କିଛି ଦିନ ତଳେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାରିତ ହୋଇଥିଲା । ଏହି ଖବର ପାଇ ତାଙ୍କର ପ୍ରଶଂସକମାନେ ଶୋକପ୍ରକାଶ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ମିଛ ବୋଲି ପ୍ରମାଣିତ ହୋଇଛି । ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ, ଦିବ୍ୟା ସ୍ପନ୍ଦନାଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ । ସେ ଜୀବିତ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ବି ଅଛନ୍ତି । ତାଙ୍କର ଦାବିକୁ ପ୍ରମାଣ କରିବା ପାଇଁ ସାମ୍ବାଦିକ, ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନାଙ୍କ ସହ ତାଙ୍କର ଶେଷ ସାକ୍ଷାତର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଦିବ୍ୟା ସ୍ପନ୍ଦାନାଙ୍କ ମୃତ୍ୟୁ ଖବର ପାଇବା ପରେ ସାମ୍ବାଦିକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଅଭିନେତ୍ରୀ ଦିବ୍ୟା ଜୀବିତ ଅଛନ୍ତି । ମୁଁ ତାଙ୍କ ସହ କଥା ହୋଇଛି । ସେ ସୁସ୍ଥ ଅଛନ୍ତି । ଆସନ୍ତାକାଲି ବେଙ୍ଗାଲୁରୁକୁ ଫେରିବେ ।

Comments are closed.