Latest Odisha News

ନୀତୀଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକତା ୧୭୨/୫

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି ।  ନୀତୀଶ ବିସ୍ଫୋରକ ୮୭ ରନ୍ ବଳରେ କୋଲକାତା  ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୨ ରନ୍ କରିଛି ।  କୋଲକାତା ଏହି ମ୍ୟାଚ୍ ଜିତଲେ ପ୍ଲେ-ଅଫ ଦୌଡ଼ରେ ରହିବ । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

ନୀତୀଶ ତାଙ୍କ ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି । ଶେଷ ଭାଗରେ ଦୀନେଶ କାର୍ତ୍ତିକଙ୍କ ୧୦ ବଲରେ ୨୧ ଓ ମୋର୍ଗାନ ୧୨ ବଲରେ ୧୫ ରନ୍ କରିବାରୁ ଦଳୀୟ ସ୍କୋର ୧୭୦ ପାର ହୋଇଥିଲା । ଚେନ୍ନାଇ ପକ୍ଷରୁ ଏନଗିଡି ୨ଟି ୱିକେଟ ନେଇଥିବା ବେଳେ ଜାଡେଜା, ସାଣ୍ଟନର ଓ କରନ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.