Latest Odisha News

BREAKING NEWS

ଲୁଚିଛପି ବିବାହ କଲେ ରଣବୀର ଓ ଆଲିଆ !

ମୁମ୍ବାଇ: ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଗଲେ କି ! ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କିୟୁଟେଷ୍ଟ ଆଲିଆ ଭଟ୍ଟ ଓ ସୁପରଷ୍ଟାର ରଣବୀର କପୁରଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ବରବଧୂ ଫଟୋ ଦେଖି ସେମାନଙ୍କ ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । କେବେ ଓ କେଉଁଠି ଏହି ଯୋଡି ବିବାହ କଲେ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି ।

ବର କନିଆ ବେଶରେ ରଣବୀର ଓ ଆଲିଆଙ୍କର ଏକ ବ୍ଲାକ ଆଣ୍ଡ ହ୍ଵାଇଟ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ରଣବୀରଙ୍କ ବାପା ତଥା ଦିବଙ୍ଗତ କଳାକାର ଋଷି କପୁରଙ୍କ ଜନ୍ମଦିନ ଅବସରରେ ଏହି ଫଟୋ ସାମ୍ନାକୁ ଆସିଛି ।

ଜାଣନ୍ତୁ ଏହି ଫଟୋ ପଛର ସତ୍ୟତା । ଏହା ସତ ଯେ ରଣବୀର ଓ ଆଲିଆ ପରସ୍ପରକୁ ଡେଟ୍ କରୁଛନ୍ତି। କିନ୍ତୁ ସର୍ବସମ୍ମୁଖରେ ଏହାକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । ବିବାହ ସମ୍ପର୍କରେ ପଚାରିଲେ ଦୁହେଁ ଚୁପ ରହୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରଣବୀର ଓ ଆଲିଆଙ୍କର ଏହି ବରବଧୂ ବେଶର ଫଟୋ କଣ କେଉଁ ଚଳଚ୍ଚିତ୍ରର ? ନିଜର ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି ଦୁହେଁ । ତେବେ ଏହି ଫଟୋଟି ଫଟୋସପ ବା କୌଣସି ଶୁଟିଂ ସେଟର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଉଭୟ ଆଲିଆ, ରଣବୀର ଓ ସେମାନଙ୍କ ପରିବାର ବର୍ତ୍ତମାନ ଏହି ବିବାହ ପାଇଁ ପ୍ରସ୍ତୁତ ନଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.