Latest Odisha News

BREAKING NEWS

ପି ଚିଦାମ୍ବରମ୍ ଓ କାର୍ତ୍ତିଙ୍କୁ ମିଳିଲା ଆଗୁଆ ଜାମିନ୍

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ।

ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତ ଏହି ଆଗୁଆ ଜାମିନ ପ୍ରଦାନ କରିବାପରେ ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି । ଏବେ ସେ ସିବିଆଇ ହାଜତରେ ରିମାଣ୍ଡରେ ରହିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଅଦାଲତ ଚିଦାମ୍ବରମଙ୍କୁ କହିଛନ୍ତି ଯେ, ଏହି ମାମଲାରେ ସିବିଆଇକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍ ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡ଼ିଆ ମନି ଲେଣ୍ଡରିଂ ମାମଲାରେ ପୂର୍ବରୁ ସିବିଆଇ ହାଜତରେ ରହିଛନ୍ତି । ଏହି ମାମଲାରୁ ଏବେ ମୁକୁଳିବା କଷ୍ଟକର ହୋଇଥିଲେ ମଧ୍ୟ ତାଙ୍କ ଲାଗି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ୍ ଶିବଲ ଏବଂ ଅଭିଷେକ ମନୁ ସିଂଘଭି ଅଦାଲତରେ ଓକିଲ ଲଢୁଛନ୍ତି ।

Leave A Reply

Your email address will not be published.