Latest Odisha News

କପୁର ପରିବାର ବୋହୂରାଣୀ ଆଲିଆଙ୍କୁ କଲେ ସ୍ୱାଗତ, ସେୟାର କଲେ ଫ୍ୟାମିଲ ଫଟୋ

ମୁମ୍ବାଇ : ଆଲିଆ ଭଟ୍ଟ ଓ ରଣବୀର କପୁର  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଏବେ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ବିବାହ ଏତେ ସାନଦାର ହୋଇନଥିଲେ ହେଁ ଆଲିଆଙ୍କ ପରିବାର ଓ କପୁର ପରିବାରର ପୁରା ସଦସ୍ୟ ଏହି ବିବାହରେ ସାମିଲ ହୋଇଥିଲେ । ଚର୍ଚ୍ଚା ହେଉଛି ଆଲିଆ ଓ ରଣବୀରଙ୍କ ରିସେପ୍ସନ ପାର୍ଟି ହେବନାହିଁ । ସେପଟେ ବିବାହରେ ସାମିଲ ହୋଇଥିବା ଅତିଥିମାନେ ରଣବୀର ଓ ଆଲିଆଙ୍କ ବିବାହ ଫଟୋକୁ ବିଭିନ୍ନ ସୋସିଆଲ ସାଇଡରେ ସେୟାର କରିସାରିଲେଣି ।

କପୁର ପରିବାର ଆଲିଆଙ୍କୁ କଲେ ସ୍ୱାଗତ
ବିବାହ ପରେ ରଣବୀର କପୁର ଓ ଆଲିଆ ଭଟ୍ଟ ଫଟୋ ସୁଟ କରିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଆଲିଆ ଓ ରଣବୀରଙ୍କ ସହ ରିଦ୍ଧିମା କପୁର କରିନା କପୁର , କରିସ୍ମା କପୁର ,ଅନୀଷା ମଲହୋତ୍ରା , ନିଖିଲ ନନ୍ଦା,ଶ୍ୱେତା ବଚ୍ଚନ, ନବ୍ୟା ନବେଲୀ ନନ୍ଦା , ରିମା ଜୈନ ,ଆଦର ଜୈନ ,ଓ ଅରମାନ ଜୈନଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଥିଲା । ଏହି ବିବାହରେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ ଶ୍ଳୋକା ମେହତା ବି ସାମିଲ ହୋଇଥିଲେ ।


 ବିବାହ ଫଟୋ ସେୟାର କଲେ ଆଲିଆ
ରଣବୀର କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା ପରେ ଆଲିଆ ଭଟ୍ଟ ନିଜ ବାହାଘର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆମେ ପାଞ୍ଚ ବର୍ଷ ହେବ ସାଥୀ ହୋଇ ଅଛୁ ଆମ ପରିବାର ମଧ୍ୟ ଆମ ସାଙ୍ଗରେ ଅଛନ୍ତି ।ହେଲେ ଆମେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛୁ ବୋଲି ଆଲିଆ କହିଛନ୍ତି । ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ ଆଜି । ସୋସିଆଲ ମିଡିଆରେ ଭଲ ପାଇବା ଦେଇଥିବା ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଲିଆ ଭଟ୍ଟ।

Leave A Reply

Your email address will not be published.