Latest Odisha News

BREAKING NEWS

କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ

ନୂଆଦିଲ୍ଲୀ: କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ ଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ । ମୃତକ ହେଉଛନ୍ତି, ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ । କାନାଡ଼ାର ଟରଣ୍ଟୋରେ କାର୍ତ୍ତିକ ମୃତଦେହ ମିଳିଥିଲା । ଅଭିଯୁକ୍ତକୁ ଟରଣ୍ଟୋ ପୋଲିସ କୋର୍ଟରେ ହାଜର କରିଛି । ଯାହାର ଶୁଣାଣି ଏପ୍ରିଲ ୨୦ରେ ହେବ ବୋଲି ମୃତକଙ୍କ ପିତା ହିତେଶ ବାସୁଦେବ କହିଛନ୍ତି ।

ପୋଲିସ ହତ୍ୟା ପଛର କାରଣ କିଛି ବତାଇନି । ଅଭିଯୁକ୍ତ କାର୍ତ୍ତିକ ହତ୍ୟାର ଦିନକ ଆଗରୁ ଆଉ ଜଣଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

କାର୍ତ୍ତିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଏହା ଘୃଣା ଜନିତ ହତ୍ୟା । ବର୍ଣ୍ଣଭେଦ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ଏପରିକି ମୃତ ଦେହରେ କେତେ ଗୁଳି ବାଜିଛି ତାହା ପରିବାର ଲୋକଙ୍କୁ ଜଣାଇନି ବୋଲି ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.