Latest Odisha News

ପଂଜାବୀ ଷ୍ଟାଇଲରେ ବିବାହ କଲେ ରଣବୀର କାପୁର ଓ ଆଲିୟା ଭଟ୍ଟ

ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ ସଂଧ୍ୟା ପ୍ରାୟ ୭ଟା ସମୟରେ ଲୋକଲୋଚନକୁ ଆସିବ

ମୁମ୍ବାଇ: ମୁମ୍ବାଇରେ ସରିଲା ରଣବୀର ଓ ଆଲିୟାଙ୍କ ବିବାହ । ସମାରୋହରେ କେବଳ ପରିବାର ଲୋକେ ଓ ବଛାବଛା ବନ୍ଧୁବାନ୍ଧବଙ୍କ ସମେତ ଅତିଥୀ ସାମିଲ ହୋଇଥିଲେ । ଏହି ଧାରାରେ ବଲିଉଡର କିଛି ଜଣାଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି ।

ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ ସଂଧ୍ୟା ପ୍ରାୟ ୭ଟା ସମୟରେ ଲୋକଲୋଚନକୁ ଆସିବା ନେଇ ଖବର ମିଳଛଚି । ଖବର ମୁତାବକ ଆଜି ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ବିବାହ ସମାରୋହରେ ଏତେଟା ଜାକଜମକ ନଥିଲେ ହେଁ ଆଗାମୀ ଦିନରେ ଏକ ବିରାଟକାୟ ପାର୍ଟି ଆୟୋଜନ ହେବା ନେଇ ସୂଚନା ରହିଛି ।

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରୁ କରନ୍ ଜୋହର୍‌, ଅୟାନ୍ ମୁଖାର୍ଜୀ, ଅର୍ମାନ୍ ଜୈନ- ଅନିଶା ଜୈନ, ରିମା ଜୈନ, ନୀଲା ଦେବୀ ଓ ଆଲିୟାଙ୍କ ସାଙ୍ଗ ଅନୁଷ୍କା ରଂଜନ ବିବାହ ସମୟରେ ଉପସ୍ଥିତ ଥିଲେ । ବିବାହରେ ଉଭୟ ରଣବୀର ଓ ଆଲିୟା ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଆଉଟ୍‌ଫିଟ୍ ପିନ୍ଧିଥିଲେ । ସେହିଭଳି ଆଗାମୀ ଦିନରେ ରିସେପ୍ସନ୍ ପାର୍ଟି ତାଜ୍ କୋଲାବାରେ ହେବା ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.