Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ସୁସଜିତ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରି ନୀତିକାନ୍ତି ଶେଷ ହେବା ପରେ ପୁନର୍ବାର ଠାକୁର ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ ।

ଜଗନ୍ନାଥ ବଲ୍ଳବ ମଠରେ ବନବାସ ଓ କନ୍ଦର୍ପାଧୀବାସ ନୀତି ସମ୍ପର୍ଣ୍ଣ ହୋଇଥିଲା । ମାର୍କଣ୍ଡେଶ୍ୱର ସାହି ଭାଗବତକୋଟ ଆଖେଡା ପକ୍ଷରୁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ, ବାଲ୍ମୀକି ରୁଷି ଓ ଡଗର ବେଶଧାରୀ ମାନେ ନୀତିରେ ସାମିଲ ହୋଇଥିଲେ । ଏହା ସହ ମାର୍କଣ୍ଡେଶ୍ୱର ସାହି ଆଖେଡା ପକ୍ଷରୁ ନବଶିରା, ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ କରାଯାଇଥିଲା।

ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ଥିବା ବେଳେ ଆସନ୍ତାକାଲି ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ସୀତାଚୋରି ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.