Latest Odisha News

BREAKING NEWS

‘ଟିମ୍ ଇଣ୍ଡିଆ’ ଜର୍ସି ପିନ୍ଧି ଫିଲ୍ମ ‘ଆନିମଲ୍‌’ର ପ୍ରମୋସନ କଲେ ରଣବୀର

ମୁମ୍ବାଇ: ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲଶ । ଏହି ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ବହୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଭିଡ଼ ଜମାଇଥିଲେ । ସେମାନଙ୍କ ମଧ୍ୟରେ ରଣବୀର କପୁର ମଧ୍ୟ ଥିଲେ । ସେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପହଞ୍ଚିଥିଲେ । ଏହି ସମୟରେ ସେ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ର ବି ପ୍ରମୋସନ୍ କରିଛନ୍ତି ।

ରଣବୀର କପୁର ସେଠାରେ ପହଞ୍ଚି ହରଭଜନ ସିଂ ଏବଂ ଇରଫାନ ପଠାନଙ୍କ ସହ କଥା ହୋଇଥିବା ନଜର ଆସିଛନ୍ତି । ଏହି ସମୟରେ ସେ ତାଙ୍କ ଚଳଚ୍ଚିତ୍ର ‘ଆନିମଲ୍‌’ର ନାମ ନିଜ ଜର୍ସିରେ ଲେଖିଥିବା ଦେଖିବାକୁ ମିଳିଥିଲା ।
୨୦୧୧ ମସିହାରେ ବିଶ୍ୱକପ ଫାଇନାଲ ଦେଖିବାକୁ ମଧ୍ୟ ରଣବୀର କପୁର ଆସିଥିଲେ । ସେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ବସିଥିବାର ନଜର ଆସିଥିଲେ । ତା’ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ରଣବୀରଙ୍କ ଫିଲ୍ମ ‘ଆନିମଲ୍‌’ ଡିସେମ୍ବର ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦନା, ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.