Latest Odisha News

BREAKING NEWS

ଡିସେମ୍ବରରେ ପରଦାକୁ ଆସିବ ମିଥୁନଙ୍କ ‘କାବୁଲିୱାଲା’

ମୁମ୍ବାଇ: ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘କାବୁଲିୱାଲା’ । ଏହି ଫିଲ୍ମଟି ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ଅବସରରେ ପରଦାକୁ ଆସିବ । ଏସ୍‌ଭିଏଫ୍ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଫିଲ୍ମର ଅଫିସିଆଲ ପୋଷ୍ଟର ରିଲିଜ୍ ହୋଇଛି । ଏଥିରେ ଖ୍ୟାତନାମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରହମତ ବା କାବୁଲିୱାଲା ଚରିତ୍ରରେ ଅଭିନୟ କରିଛନ୍ତି । ଏଥିରେ ସୁମନ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି ।

ଛୋଟ ଝିଅ ମିନି ସହିତ ରହମତଙ୍କୁ ଉକ୍ତ ପୋଷ୍ଟରରେ ଦେଖିବାକୁ ମିଳିଛି । କାବୁଲିୱାଲା ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍ ରହମତର କାହାଣୀ । ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସେ । ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ସ୍ଥାପନ ହୋଇଛି । ଭୌଗୋଳିକ ସୀମା ଏବଂ ସାଂସ୍କୃତିକ ବିଭେଦତା ସତ୍ତ୍ୱେ ପ୍ରେମର ଗୁରୁତ୍ୱ ସଂପର୍କରେ ଗଳ୍ପରେ ଯାହା ବର୍ଣ୍ଣନା ରହିଛି ତାହାକୁ ସିନେମାରେ ଚିତ୍ରଣ କରାଯାଇଛି ।

ପୋଷ୍ଟରରେ ରହମତ ଲମ୍ବା କୁର୍ତ୍ତା, ଢିଲା କୋଟ୍‌, ପାଣ୍ଟ, ମୁଣ୍ଡରେ ଧଳା ପଗଡ଼ି ଏବଂ ଡାହାଣ କାନ୍ଧରେ ଗଣ୍ଠିଲି ପକାଇଛନ୍ତି । ସେହିଭଳି ମିନି ଏକ ଫ୍ରକ୍ ସହିତ ମଥାରେ ନାଲି ରିବନ ପିନ୍ଧିଛି । ନିର୍ଦ୍ଦେଶକ ଘୋଷ ଉକ୍ତ ସିନେମାରେ ୧୯୬୦ ଦଶକର କୋଲକାତାର ଅଭିଜ୍ଞତା ଏବଂ ବନ୍ଧୁତାର ଅବିସ୍ମରଣୀୟ କାହାଣୀକୁ ଦର୍ଶକଙ୍କୁ ଦେବାକୁ ପ୍ରୟାସ କରିଛନ୍ତି ।

Leave A Reply

Your email address will not be published.