Latest Odisha News

‘ଭଲ ହେଲା ଫିଲ୍ମ ଚାଲିଲାନି’, କାହିଁକି ନିଜର ପ୍ରଥମ ଫିଲ୍ମ ‘ସାଓ୍ବରିଆ’କୁ ନେଇ ଏମିତି କହିଲେ ରଣବୀର…..

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ତଥା ମୋଷ୍ଟ ହ୍ୟାଣ୍ଡସମ୍ ଷ୍ଟାରଙ୍କ ମଧ୍ୟରେ ରଣବୀର କପୂର ଅନ୍ୟତମ । ସେ ସଞ୍ଜୟ ଲିଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ସାଓ୍ବରିଆ’ ଫିଲ୍ମରୁ ନିଜର ବଲିଉଡ ଜୀବନ ଆରମ୍ଭ କରିଥିଲେ । ତେବେ କ୍ୟାରିୟରର ପ୍ରଥମ ଫିଲ୍ମ ହିଁ ତାଙ୍କର ଫ୍ଲପ ହୋଇଥିଲା । କିନ୍ତୁ ପରେ ବଲିଉଡର ନାମୀଦାମୀ କଳାକାରଙ୍କ ମଧ୍ୟରେ ସେବି ନିଜର ଫୁଟ୍ ପ୍ରିଣ୍ଟ ଛାଡିଛନ୍ତି । ଅନେକ ଫିଲ୍ମ ତାଙ୍କର ବକ୍ସ ଅଫିସରେ ମାତ୍ ଖାଇଥିଲେ ବି ଫ୍ୟାନ୍ସଙ୍କ ବେଶ୍ ଚହିଦା ରଣବୀରଙ୍କ ନିଖୁଣ ଅଭିନୟ । ତେବେ ସବୁ ଷ୍ଟାର ଚାହିଁବେ କି ଯେ, ତାଙ୍କର ଡେବ୍ୟୁ ଫିଲ୍ମ ସବୁଠୁ ଦମଦାର ହେଉ । କିନ୍ତୁ ଏହାକୁ ନେଇ କିଛି ଭିନ୍ନ ମତ ରଖନ୍ତି ରଣବୀର । ଏନେଇ ରଣବୀର କହିଛନ୍ତି, ଭଲ ହେଲା ତାଙ୍କର ପ୍ରଥମ ଫିଲ୍ମ ଫ୍ଲପ ହେଇଗଲା ।

ରଣବୀର କହିଛନ୍ତି, ମୁଁ ମୋର ପାଠ ସାରିବା ପରେ ବଲିଉଡରେ ନିଜ କ୍ୟାରିୟର କରିବାକୁ ଚାହୁଁଥିଲି । ମୋତେ ନିଜର ଫିଲ୍ମର ନେବାକୁ ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକ ବି ରାଜି ଥିଲେ । ହେଲେ ମୋର କ୍ୟାରିୟର ମୁଁ ସଂଜୟ ଲିଲା ବଂଶାଲୀ ଫିଲ୍ମରୁ ଆରମ୍ଭ କରିବାକୁ ଚାହୁଁଥିଲି । ସେଥିପାଇଁ ମୁଁ ମୋର ବାୟୋଡାଟା ନେଇ ତାଙ୍କ ପାଖକୁ ଯାଇଥିଲି ।

ତେବେ ପ୍ରଥମେ ରଣବୀର ସଂଜୟ ଲୀଲା ବଂଶାଲୀଙ୍କ ଆସିଷ୍ଟାଣ୍ଟ ଡିରେକ୍ଟର ହୋଇ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଯାହାକୁ ନେଇ ରଣବୀର କହିଛନ୍ତି, ଏଥିରେ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏମିତି କି ସେ ସଂଜୟ ଲୀଲା ବଂଶାଲୀଙ୍କ ଠାରୁ ମାଡ ବି ଖାଇଛନ୍ତି ।

ପରେ ସଂଜୟ ତାଙ୍କୁ ଗୋଟେ ଫିଲ୍ମ କରିବାକୁ ପ୍ରସ୍ତାବ ଦେଇଥିଲେ । ସଂଜୟଙ୍କ ଯୋଗୁଁ ହିଁ ସେ ଜଣେ ସଫଳ ଅଭିନେତା ହୋଇପାରିଛନ୍ତି ବୋଲି ରଣବୀର କହିଛନ୍ତି । ସଂଜୟ ଜଣେ ଶକ୍ତ ନିର୍ଦ୍ଦେଶକ ଥିଲେ ବୋଲି ରଣବୀର କହିଛନ୍ତି । ଟିକେ ଭୁଲ୍ ହେଲେ ଆଣ୍ଠେଇ ଦେଉଥିଲେ । ଏନେଇ ରଣବୀର କହିଛନ୍ତି, ବେଳେ ବେଳେ ଏମିତି ଲାଗେ ଆଉ ହେବନି, ମୁଁ ଛାଡିଦେବି  । ଏମିତି ବି ପରିସ୍ଥିତି ଆସିଛି । ହେଲେ ‘ସାଓ୍ବରିଆ’ ଫିଲ୍ମ ତିଆରି ବି ହେଲା ଆଉ ସିନେମା ହଲକୁ ବି ଆସିଲା । ହେଲେ ବକ୍ସ ଅଫିସରେ ଏହି ଫିଲ୍ମ ଫେଲ୍ ମାରିଥିଲା । ଏନେଇ ରଣବୀର କହିଛନ୍ତି, ଏବେ ମୁଁ ଯେବେ ଫଛକୁ ଦେଖୁଛି, ଫିଲ୍ମର ବିଫଳତା ନେଇ ମୋତେ ଖୁସି ଲାଗୁଛି । କାରଣ ଏହି ଫିଲ୍ମ ମୋତେ ମୋ ଜୀବନରେ ବହୁତ କିଛି ଶିଖାଇ ଆଜି ଏଇଠି ଆଣି ଛିଡା କରିଛି ।

ତେବେ କହିରଖୁଛୁ, ପୁଣି ରଣବୀର ଆଉ ସଂଜୟଙ୍କ ଯୋଡି ପରଦାକୁ ଆସିବାକୁ ଯାଉଛି । ସଂଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଓ ରଣବୀର କପୂରଙ୍କ ଅଭିନୀତ ‘ଲଭ୍ ଆଣ୍ଡ ଓ୍ବାର’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ।

Comments are closed.