Latest Odisha News

ଅନଲାଇନ ବେଟିଂ ଆପ୍ ମାମଲାରେ ରଣବୀର କପୁରଙ୍କୁ ଇଡି ସମନ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ। ରଣବୀରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଇଡି ଅଭିନେତାଙ୍କୁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ ଜାରି କରାଯାଇଛି।

ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଳ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କୁ ଇଡିରୁ ସମନ ମିଳିଛି। କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ ଟି ସହରରେ ଅନଲାଇନ ଆପ୍ ମହାଦେବ ବୁକ୍ ସହ ଲିଙ୍କ୍ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛନ୍ତି।

କେବଳ ରଣବୀର ନୁହଁନ୍ତି, ବରଂ ୧୫ରୁ ୨୦ ଜଣ ସେଲିବ୍ରିଟିଙ୍କ ନାମ ମଧ୍ୟ ଏହି ମାମଲା ସହିତ ଜଡିତ ରହିଛି। ଏହି ଚଳଚ୍ଚିତ୍ର ତାରକାମାନେ ସୌରଭ ଚନ୍ଦ୍ରକର ଏବଂ ରବି ଅପପାଲଙ୍କ ବିବାହ ଭୋଜିରେ ଅଭିନୟ କରିଥିଲେ। ଏହି ତାଲିକାରେ ଅତିଫ ଅସଲମ, ରାହତ ଫତେହ ଅଲ୍ଲୀ ଖାନ୍, ଅଲ୍ଲୀ ଅଜଗର, ବିଶାଳ ଦଦଲାନୀ, ଟାଇଗର ଶ୍ରଫ୍, ଭାରତୀ ସିଂ, ନେହା କକ୍କର, ଏଲ୍ଲୀ ଆବ୍ରାହମ, ସନ୍ନି ଲିଓନ, ଭାଗ୍ୟଶ୍ରୀ, ପୁଲକିତ ସମ୍ରାଟ, କୀର୍ତ୍ତି ଖରବନ୍ଦା, ନୁସରତ୍, କୃଷ୍ଣା ଅଭିଷେକଙ୍କ ନାଁ ମଧ୍ୟ ରହିଛି ।

ରଣବୀରଙ୍କ ବିରୋଧର ଅଭିଯୋଗ ହୋଇଛି ଯେ, ଜଣେ ପ୍ରମୋଟରଙ୍କ ବିବାହରେ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ଆପ୍‌ର ପ୍ରମୋଟରଙ୍କଠାରୁ ଟଙ୍କା ମିଳିଥିଲା। ମହାଦେବ ଗେମିଙ୍ଗ ବେଟିଂ ଏକ ଅନଲାଇନ୍ ବେଟିଂ ପ୍ଲାଟଫର୍ମ। ଏହି ଆପର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କର ବିବାହ ଗତ ଫେବ୍ରୁଆରୀରେ ୟୁଏଇରେ ହୋଇଥିଲା। ବିବାହରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ହାଇପ୍ରୋଫାଇଲ ବିବାହର ଏବେ ଖୋଳତାଡ କରୁଛି ଭାରତୀୟ ତଦନ୍ତକାରୀ ଏଜେନ୍ସି । ବେଆଇନ ବେଟିଂ ମାମଲାରେ, ଇଡି ବଡ ପଦକ୍ଷେପ ନେଇଛି ଏବଂ ସେଲିବ୍ରେଟମାନଙ୍କୁ ସମନ ପଠାଇବା ଆରମ୍ଭ କରିଛି। ଯେଉଁଠାରେ ପ୍ରଥମ ନାମ ହେଉଛି ରଣବୀର କପୁରଙ୍କର। ଏହି ଅନୁସନ୍ଧାନରେ, ଇଡି ଅଭିନେତାଙ୍କୁ ବିବାହରେ ଯୋଗଦେବା, ପ୍ରଦର୍ଶନ, ଦେୟ ଇତ୍ୟାଦି ଠାରୁ ଅନ୍ୟାନ୍ୟ ପ୍ରଶ୍ନ ପଚରା ଯାଇପାରେ।

Comments are closed.