ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରଣବୀର କପୁର ନିଜର ଅଭିନୟ ଓ ଷ୍ଟାଇଲିସ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଫଟୋ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଲୁଙ୍ଗି ପ୍ୟାଣ୍ଟର ଲୁକ୍କୁ ତାଙ୍କର ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
ନିକଟରେ ଇଣ୍ଡିଆନ କାଉଁଚର ୱିକ୍ରେ ଆୟୋଜିତ ଏକ ରାମ୍ପ ଶୋରେ ନଜର ଆସିଲେ ରଣବୀର କପୁର । ସେ ଲୁଙ୍ଗି ଷ୍ଟାଇଲ ପ୍ୟାଣ୍ଟ ଏବଂ ବ୍ଲୁ ଅଚକନ ପିନ୍ଧି ର୍ୟାମ୍ପ ଶୋରେ ଚାଲିଥିଲେ । ତାଙ୍କର ଏହି ନୂଆ ଷ୍ଟାଇଲିସ୍ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ । ତାଙ୍କର ଏହି ପୋଷାକକୁ ଫ୍ୟାଶନ ଡ଼ିଜାଇନର କୃଣାଳ ରାୱଲ ଡ଼ିଜାଇନ କରିଥିଲେ ।
କେବଳ ସେତିକି ନୁହେଁ, ରଣବୀରଙ୍କ ଏହି ଲୁକ୍ ମଧ୍ୟ ଆଲିଆ ଭଟ୍ଟଙ୍କ ମନକୁ ଛୁଇଁଛି । ସେ ମଧ୍ୟ ତାଙ୍କ ଇନ୍ଷ୍ଟାଗ୍ରାମରେ ରଣବୀରଙ୍କ ଏହି ନୂଆ ଲୁକ୍ର ଫଟୋକୁ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.