Latest Odisha News

BREAKING NEWS

ରେଞ୍ଜର ବାବୁଙ୍କ ଅମାପ ସମ୍ପତି, ବାଟ ନପାଇ ଟଏଲେଟ୍ ଫ୍ଲସ ଟାଙ୍କିରେ ଲୁଚାଇ ଥିଲେ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜରଙ୍କ ଅମାପ ସମ୍ପତି l ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ l ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ କରାଯାଇଛି l ସେପଟେ ଭୁବନେଶ୍ବର ଓ ଢେଙ୍କାନାଳରେ ମୋଟ୍ ୮ଟି ପ୍ଲଟ ଅଛି l ତା’ସହ ଆଠଗଡ଼ରେ ୫ ଏକର ବିଶିଷ୍ଟ ଫାର୍ମ ହାଉସ୍ ମଧ୍ୟ ଠାବ କରାଯାଇଛି l ଫାର୍ମ ହାଉସରେ କୁକୁଡ଼ା ଫାର୍ମ, ନର୍ସରୀ ଓ ପାର୍କ ମଧ୍ୟ ଅଛି l ସେହିପରି ୪୦ ଲକ୍ଷର ବ୍ୟାଙ୍କ ଜମା ସହ ୩୦୦ ଗ୍ରାମ ସୁନା, ୧ ହୀରା ହାର ଠାବ କରାଯାଇଛି l ସବୁଠାରୁ ଆଶ୍ଚର୍ଯ୍ୟ ଜଣକ କଥା ଯେ, ଟଏଲେଟ୍ ଫ୍ଲସ ଟାଙ୍କିରୁ ବାବୁଙ୍କର ୧ ଲକ୍ଷ ଟଙ୍କା ମିଳିଛି l ଏହାକୁ ମିଶାଇ ବାବୁଙ୍କ ଘରୁ ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି l

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବାସ ଭବନ ସମେତ ଆଠଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ l ରେଡ ବେଳେ ସଦର ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ଏକ ଲକ୍ଷ ଟଙ୍କା ମିଳିଛି l ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ ରେଞ୍ଜର । ଏହି ଚଢ଼ାଉରେ ୭ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସହ ଅନ୍ୟାନ୍ୟ ଷ୍ଟାପ୍ ସାମିଲ ହୋଇଛନ୍ତି।

Comments are closed.