Latest Odisha News

BREAKING NEWS

କଭି ଅଲବିଦା ନା କେହନା ରିଲିଜ୍ ପରେ ଅଧିକ ହେଲା ଛାଡ଼ପତ୍ର: ରାଣୀ ମୁଖାର୍ଜୀ

ମୁମ୍ବାଇ: ୨୦୦୬ରେ ରିଲିଜ୍ ହୋଇଥିଲା କରଣ ଜୋହରଙ୍କ ଫିଲ୍ମ ‘କଭି ଅଲବିଦା ନା କେହନା’ । ଏହି ଫିଲ୍ମ ରିଲିଜ୍ ହେବା ପରେ ଦୁନିଆରେ ଅଧିକ ଛାଡ଼ପତ୍ର ହୋଇଥିଲା । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ରାଣୀ ମୁଖାର୍ଜୀ । ଦର୍ଶକଙ୍କ ଉପରେ କିପରି ଫିଲ୍ମର ପ୍ରଭାବ ପଡିଥିଲା ଏବଂ ତାଙ୍କ ଚରିତ୍ର ‘ମାୟା’ ବିଷୟରେ ଆଲୋଚନା କରିଛନ୍ତି ରାଣୀ ।

ଗୋଆରେ ଚାଲିଥିବା ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ମହୋତ୍ସବରେ ସାମିଲ ହୋଇଥିଲେ ରାଣୀ । ଏହି ଅବସରରେ ରାଣୀ ଏକ ସାକ୍ଷାତକାରରେ କହିଥିଲେ ଯେ, କଭି ଅଲବିଦା ନା କେହନା ରିଲିଜ୍ ହେବା ପରେ ଅନେକ ଦମ୍ପତି ଛାଡ଼ପତ୍ର ଦେଇଥିଲେ । ଯଦି ଏହି ସିନେମା ରିଲିଜ୍ ହେବା ପରେ କିଛି ଅଧିକ ଘଟିଛି, ତାହା ହେଉଛି ଛାଡ଼ପତ୍ର । ବହୁତ ଲୋକ ଥିଏଟରକୁ ଯାଇ ଫିଲ୍ମ ଦେଖିଥିଲେ । ଆଉ ପରବର୍ତ୍ତୀ ସମୟରେ ଛାଡ଼ପତ୍ର ଦେଇଥିଲେ । ମୁଁ ଭାବୁଛି କରଣ ଜୋହରଙ୍କ ପାଇଁ ଏହା ସବୁଠୁ ବଡ଼ ଫିଡବ୍ୟାକ୍‌(ମତାମତ) ଥିଲା । କାରଣ ସିନେମା ଦେଖିବା ପରେ ଅନେକ ଲୋକଙ୍କ ଚେତନା ଜାଗ୍ରତ ହୋଇଥିଲା ଏବଂ ସେମାନେ ବାସ୍ତବରେ ସେମାନଙ୍କ ଖୁସିକୁ ଗୁରୁତ୍ୱ ଦେଇ ଏପରି ନିଷ୍ପତ୍ତି ନେଇଥିଲେ ।

ରାଣୀ ଆହୁରି କହିଛନ୍ତି, ସବୁବେଳେ ଜଣେ ମହିଳାଙ୍କ ଇଚ୍ଛା, ତାଙ୍କ ପସନ୍ଦ ଏବଂ ସେ କଣ ଚାହୁଁଛନ୍ତି ବୁଝିବା କଥା । ଜଣେ ସ୍ୱାମୀ ତା’ ସ୍ତ୍ରୀକୁ ବାଡ଼ାଉ ନାହିଁ, ଏହାର ଅର୍ଥ ନୁହେଁ ଯେ ସେ ବେଡ୍ ଶେଆର୍ ଓ ଲଭ୍ ପାଇଁ ପର୍ଫେକ୍ଟ ।’ କେବେ ବି ଜଣେ ମହିଳାଙ୍କୁ ପଚରାଯାଏ ନାହିଁ, ‘ତୁମେ ଏହି ପୁରୁଷ ପ୍ରତି ଆକର୍ଷିତ କି ବୋଲି ରାଣୀ ମୁଖାର୍ଜୀ କହିଛନ୍ତି । “କଭି ଅଲବିଦା ନା କେହନା”ରେ ପ୍ରୀତି ଜିଣ୍ଟା, ଅଭିଷେକ ବଚ୍ଚନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Leave A Reply

Your email address will not be published.