Latest Odisha News

BREAKING NEWS

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ବେଙ୍ଗଲ ଓ ମଧ୍ୟପ୍ରଦେଶ ପରସ୍ପରକୁ ଭେଟିବେ । ସେହିପରି ଦ୍ୱିତୀୟ ସେମିଫାଇନାଲ ବାଙ୍ଗାଲୋରରେ ସୌରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଅନୁଷ୍ଠିତ ହେବ । ଗତ ସଂସ୍କରଣରେ ମଧ୍ୟପ୍ରଦେଶ ଟାଇଟଲ ହାସଲ କରିଥିଲା । ତେବେ ଏଥର ବେଙ୍ଗଲକୁ ଘରୋଇ ପରିବେଶରେ ହରାଇବାକୁ ପଡିବ ।

ସୂଚନାଯୋଗ୍ୟ, ସେମିଫାଇନାଲରେ ପ୍ରବେଶ ପାଇଁ ପଞ୍ଜାବକୁ ୨୫୨ ରନ ଆବଶ୍ୟକ ହେଉଥିଲା । ମାତ୍ର ସୌରାଷ୍ଟ୍ର ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଦଳ ୧୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ଫେବୃୟାରୀ ୮ରୁ ୨ଟି ଯାକ ସେମିଫାଇନାଲ ଖେଳାଯିବ ।

Leave A Reply

Your email address will not be published.