Latest Odisha News

BREAKING NEWS

କାୟା ବିସ୍ତାରୁଛି ଧଳାଜହର

ପୁରୀ : କାୟା ବିସ୍ତାରୁଛି ଧଳାଜହର ବ୍ୟବସାୟ । ବ୍ରାଉନସୁଗାର କବଜାରେ ଶ୍ରୀକ୍ଷେତ୍ର ।ପୋଲିସ ହାତରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ । ହେଲେ ଅପରାଧର ମୂଳଚେର ପାଖରେ ପହଞ୍ଚିପାରୁନି ପୋଲିସ । ପୁରୀରୁ ଜବତ ହେଲା ୨୫ ଲକ୍ଷ ଟଙ୍କାର ଧଳା ଜହର। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।

ପୁରୀ ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ବ୍ରାଉନ ସୁଗାର ମାଫିଆ। ଗତକାଲି ବାସେଳୀ ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ଼ର ଷଣ୍ଢ ଜାଗା ନିକଟରୁ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏଥି ମଧ୍ୟରେ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜଙ୍କିଆର ପ୍ରମୋଦ କୁମାର ବେହେରା ଓ ଅଜୟ କୁମାର ମହାପାତ୍ର। ସେହିପରି ଦୁଇ ମହିଳା ଅଭିଯୁକ୍ତ ହେଉଛନ୍ତି ପୁରୀ ଗୁଡିଆ ସାହିର ପ୍ରତୀମା ଚୌଧୁରୀ ଓ ଅନୁଗୁଳ ଛେଳିଆ ପଡାର ପିଙ୍କି ଷଡ଼ଙ୍ଗୀ।  ତାଙ୍କ ଠାରୁ ୨୫୬ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ କହିଛି।

Leave A Reply

Your email address will not be published.