Latest Odisha News

ରଣଜୀ ଟ୍ରଫି: ହିମାଚଳ ପ୍ରଦେଶ ବିପକ୍ଷରେ ଓଡିଶା ୧୩୮ରେ ଅଲଆଉଟ

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ଏକ ମ୍ୟାଚରେ ହିମାଚଳ ପ୍ରଦେଶ ବିପକ୍ଷରେ ଓଡିଶା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ୧୩୮ରେ ଅଲଆଉଟ ହୋଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ହିମାଚଳ ପ୍ରଦେଶକୁ ୧ ୱିକେଟ ବିନିମୟରେ ୮୦ ରନ ସଂଗ୍ରହ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୫୧ ଓଭରରେ ଅଲଆଉଟ ହୋଇ ଯାଇଥିଲା । ଆଶୀର୍ବାଦ ସ୍ୱାଇଁ ୩୭ ରନ କରି ଅପରାଜିତ ରହିଥିବା ବେଳେ ରାଜେଶ ମହାନ୍ତି ୨୮ ଓ ସନ୍ଦୀପ ପଟ୍ଟନାୟକ ୨୦ ରନ କରିଥିଲେ । ୭୬ ରନରେ ୮ଟି ୱିକେଟ ହରାଇବା ପରେ ୯ମ ୱିକେଟରେ ସ୍ୱାଇଁ ଓ ରାଜେଶ ମହାନ୍ତି ୪୫ ରନ ଯୋଗ କରିବା ଯୋଗୁ ଓଡିଶା ସ୍କୋର ୧୦୦ ପାର କରିଥିଲା ।

ଅଭିଷେକ କୁମାର ୪ଟି ଓ ଋଷି ଧାୱନ ୩ଟି ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ଓଡିଶା ୪୭.୨ ଓଭରରେ ୧୩୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଓଡିଶାର ବ୍ୟାଟିଂ ବିଫଳତା ଟିମ ମ୍ୟାନେଜମେଂଟ ଚିନ୍ତାର କାରଣ ସାଜିଛି । ଟପ ଅର୍ଡର ଏ ପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ୩ଟି ମ୍ୟାଚରେ ୨ଟି ପରାଜିତ ହୋଇ ଓଡିଶା ୩ ପଂଏଟ ହାସଲ କରିଛି ।

Comments are closed.