Latest Odisha News

BREAKING NEWS

ରଣଜୀ ଟ୍ରଫି କ୍ରିକେଟ: ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶାକୁ ଆବଶ୍ୟକ ୩୬୫ରନ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଗୋଆ ବିପକ୍ଷ ମୁକାବିଲାରେ ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶା ୩୬୫ ରନ ଆବଶ୍ୟକ କରୁଛି । ଗୋଆର ପ୍ରଥମ ଇନିଂସ ସ୍କୋର ୧୮୧ ରନ ଜବାବରେ ଓଡିଶା ୧୮୯ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଓଡିଶା ୮ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଗୋଆ ଆକର୍ଷଣୀୟ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୯୪ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଅଧିନାୟକ ସ୍ନେହାଲ କୌଥାଙ୍କର ଅପରାଜିତ ୧୬୫ ରନ ସଂଗ୍ରହ କରିଥିଲେ ।

ଜବାବରେ ତୃତୀୟ ଦିବସ ଖେଳ ଶେଷ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୨୨ରନ ସଂଗ୍ରହ କରିଛି । ଅନୁରାଗ ଷଡଙ୍ଗୀ ୧୦ ଓ ଶାନ୍ତନୁ ମିଶ୍ର ୬ ରନ କରି ଅପରାଜିତ ରହିଛନ୍ତି ।

Comments are closed, but trackbacks and pingbacks are open.