କଟକ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଆନ୍ଧ୍ରପ୍ରଦେଶ ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଆନ୍ଧ୍ର ୩ ୱିକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିନେଇଛି । କେଏସ ଭରତ ୯୩ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ଭରତ ଓ ଅଭିଷେକ ରେଡ୍ଡୀ ୧୬୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଅଭିଷେକ ୭୬ ରନ କରି ଆଉଟ ହୋଇଥିଲେ । ଶେଖ ରଶୀଦ ଓ କରନ ଶିନ୍ଧେ ଅପରାଜିତ ଅଛନ୍ତି । ଓଡିଶା ପକ୍ଷରୁ ସମ୍ବିତ ବରାଳ ୩୨ ରନରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ବାଦଲ ବିଶ୍ୱାଳ ଗୋଟିଏ ୱିକେଟ ନେଇଛନ୍ତି ।
୨୧ ବର୍ଷୀୟ ସୌରଭ ଗୌଡା ଏହି ମ୍ୟାଚ ମାଧ୍ୟମରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଛନ୍ତି । ଆଶୀର୍ବାଦ ସ୍ୱାଇଁଙ୍କ ସ୍ଥ୍ାନରେ ତାଙ୍କୁ ସାମିଲ କରାଯାଇଛି । ଆନ୍ଧ୍ର ପ୍ରଥମ ଦିବସରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲା । ତେବେ ଶେଷ ଭାଗରେ ଓଡିଶା ବୋଲର ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ସୁଯୋଗ ସୃଷ୍ଟି କରିଛନ୍ତି । ଘରୋଇ ପରିବେଶରେ ଓଡିଶା ବୋଲର ଦ୍ୱିତୀୟ ଦିବସରେ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
Comments are closed.