ଭୁବନେଶ୍ୱର: ଏଠାରେ ଗୁରୁବାରଠାରୁ ଓଡିଶା ଓ ତାମିଲନାଡୁ ମଧ୍ୟରେ ରଣଜୀ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ତାମିଲନାଡୁ ୭ ୱିକେଟ ବିନିମୟରେ ୨୮୧ ରନ ସଂଗ୍ରହ କରିନେଇଛି । ନିଧୀଶ ରାଜଗୋପାଳ ୫୪ ଓ ସାଇ କିଶୋର ୧୨ ରନ କରି ଅପରାଜିତ ରହିଛନ୍ତି । ଅଥୀଷ ଏସଆର ୫୦, ପ୍ରଦୋଷ ରଞ୍ଜନ ପଲ ୭୮ ଓ ଆନ୍ଦ୍ରେ ସିଦ୍ଧାର୍ଥ ୫୬ ରନ କରିଥିଲେ । ଦଳଗତ ପ୍ରଦର୍ଶନ ଯୋଗୁ ତାମିଲନାଡୁ ଭଲ ସ୍କୋର ଅଭିମୁଖେ ଗତି କରୁଛି ।
ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦେବବ୍ରତ ପ୍ରଧାନ, ସମ୍ବିତ ବରାଳ ଓ ବିପ୍ଲବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟସ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏଲିଟ ଗ୍ରୁପ ଏରେ ଓଡିଶା ୫ଟି ମ୍ୟାଚରୁ ୭ ପଂଏଟ ପାଇ ୭ମ ସ୍ଥାନରେ ରହିଛି । ଅପରପକ୍ଷରେ ତାମିଲନାଡୁ ୫ ମ୍ୟାଚରେ ୫ ପଂଏଟ ପାଇ ଓଡିଶା ତଳେ ରହିଛି ।