ନୂଆଦିଲ୍ଲୀ: ବିଶ୍ୱ ଭ୍ରମଣ କରିବାକୁ ଏକ ପାସପୋର୍ଟ ଆବଶ୍ୟକ। ଏକ ଶକ୍ତିଶାଳୀ ପାସପୋର୍ଟ ନାଗରିକମାନଙ୍କୁ ବିନା ଭିସାରେ ବିଭିନ୍ନ ଦେଶ ଭ୍ରମଣ କରିବାରେ ସାହାଯ୍ୟ କରେ। ଏଭଳି ପରିସ୍ଥିତିରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଦେଶର ମଜବୁତ ସ୍ଥିତିକୁ ଆଧାର କରି ପାସପୋର୍ଟର ମାନକୁ ନିର୍ଦ୍ଧାରଣ କରିଥାଏ। ସମ୍ପ୍ରତି ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ଦେଶ ଅଛି ଏବଂ କେଉଁଠାରେ ଭାରତ ମାନ୍ୟତା ପାଇଛି।
ତାଲିକାର ଶୀର୍ଷରେ ରହିଛି ଫ୍ରାନ୍ସ
ଏହି ତାଲିକାରେ ଶୀର୍ଷରେ ରହି ଫ୍ରାନ୍ସର ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହୋଇପାରିଛି। ବର୍ତ୍ତମାନ ଫ୍ରାନ୍ସ ନାଗରିକମାନେ ଭିସା ବିନା ୧୯୪ ଦେଶକୁ ଯାତ୍ରା କରିପାରିବେ। କିନ୍ତୁ କେବଳ ଫ୍ରାନ୍ସ ନୁହେଁ ଜାପାନ, ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ସିଙ୍ଗାପୁର ମଧ୍ୟ ରହିଛି। ସେପଟେ ୨୦୨୩ ମସିହାରେ ଭାରତୀୟ ପାସପୋର୍ଟ ୮୪ତମ ସ୍ଥାନରେ ରହିଥିଲା। ଯାହା ବର୍ତ୍ତମାନ ଖସି ଯାଇ ୮୫ତମ ସ୍ଥାନରେ ରହିଛନ୍ତି। କିନ୍ତୁ ମାନ୍ୟତାରେ ହ୍ରାସ ଘଟିଥିଲେ ମଧ୍ୟ ଏବେ ବିନା ଭିସାରେ ୬୨ଟି ଦେଶକୁ ବିନା ଭିସାରେ ଯାଇ ପାରିବେ।
ସେହିପରି ପାକିସ୍ତାନ ଏହି ତାଲିକାର ୧୦୬ତମ ସ୍ଥାନରେ ରହିଛି। ବାଂଲାଦେଶ ଗୋଟିଏ ସ୍ଥାନ ଖସି ଯାଇ ୧୦୨ତମ ସ୍ଥାନରେ ପହଞ୍ଚିଛି। ମାଳଦୀପ ପାସପୋର୍ଟ ୫୮ତମ ସ୍ଥାନରେ ରହିଥିବା ବେଳେ ୯୬ଟି ରାଷ୍ଟ୍ରକୁ ବିନା ଭିସାରେ ଯାଇପାରିବେ ମାଳଦୀପର ନାଗରିକ। ସେହିପରି ଚୀନ ପାସପୋର୍ଟ ତାଲିକାର ଦୁଇଟି ୬୪ତମ ସ୍ଥାନରେ ରହିଛି।
କେମିତି ପ୍ରସ୍ତୁତ ହୋଇଥାଏ ଏହି ତାଲିକା
ହେନଲି ପାସପୋର୍ଟ ଇଣ୍ଡେକ୍ସ IATA ଅର୍ଥାତ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନସପୋର୍ଟ ଆସୋସିଏସନ ଦ୍ୱାରା ଦିଆଯାଇଥିବା ୧୯୯ଟି ଦେଶର ପାସପୋର୍ଟ ଓ ବିଶ୍ୱର ପାଖାପାଖି ୨୨୭ଟି ପର୍ଯ୍ୟଟନ ସ୍ଥଳୀର ବିଗତ ୧୯ଟି ବର୍ଷର ତଥ୍ୟକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଥାଏ। ଏହି ଇଣ୍ଡେକ୍ସ ତାଲିକା ପ୍ରତି ମାସରେ ରିପୋର୍ଟ ପ୍ରକାଶ ପାଇଥାଏ।
Comments are closed.