Latest Odisha News

BREAKING NEWS

ଜାଣନ୍ତୁ, ପ୍ରଥମ ଗୀତ ରେକର୍ଡ଼ିଂରେ ରାନୁ ମଣ୍ଡଳ ପାଇଲେ କେତେ ଲକ୍ଷ ଟଙ୍କା !

ମୁମ୍ବାଇ: ରେଲୱେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଏବେ ବଲିଉଡ଼ର ଷ୍ଟାର ପାଲଟି ଯାଇଛନ୍ତି । ବଲିଉଡ଼ ଷ୍ଟାରମାନଙ୍କ ପରି ତାଙ୍କୁ ମଧ୍ୟ ଗୀତ ଗାଇବା ଲାଗି ମିଳିଛି ମୋଟା ପାରିଶ୍ରମିକ । ରାନୁ ତାଙ୍କର ସ୍ୱକୀୟ ପ୍ରତିଭାକୁ ସଠିକ୍ ରୂପାୟନ ଦେଇଥିବାରୁ ନିଜକୁ ଧନ୍ୟବାଦ ଜଣାଇବାକୁ ପଛାଇନାହାନ୍ତି । ତେବେ ରାନୁଙ୍କଠାରୁ ଅଧିକ ଖୁସି ଅଛନ୍ତି ତାଙ୍କର ଗୀତକୁ ରେଲୱେ ଷ୍ଟେସନରେ ପ୍ରଥମେ ଯେଉଁ ସହୃଦୟ ଯୁବକ ରେକର୍ଡ଼ିଂ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଥିଲେ ।

ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତକୁ ନିଜର କୋମଳ କଣ୍ଠରେ ଗାଉଥିଲେ ରାନୁ । ସେ କେବେବି ଭାବିନଥିଲେ ଯେ, ତାଙ୍କର ପ୍ରତିଭାକୁ ଭଗବାନ ଦିନେ ନା ଦିନେ କେଉଁପରି ଭାବେ ପୁରସ୍କୃତ କରିବେ ବୋଲି ।

ହିମେଶ ରେସମିଆ ରାନୁଙ୍କୁ ଦେଖାଇଛନ୍ତି ବଲିଉଡ଼ ପ୍ଲାଟଫର୍ମ । ହିମେଶ ବଲିଉଡ଼ ଫିଲ୍ମ ‘ହାପି ହାର୍ଡ଼ି ଏଣ୍ଡ ହୀର’ର ଏକ ଗୀତ ଇତିମଧ୍ୟରେ ନିଜ ଷ୍ଟୁଡ଼ିଓରେ ରେକର୍ଡ଼ିଂ କରିଛନ୍ତି । ଏହି ଗୋଟିଏ ଗୀତର ସାଉଣ୍ଡ ଟ୍ରାକ୍ ରେକର୍ଡ଼ିଂ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ଏଥିଲାଗି ହିମେଶ୍ ତାଙ୍କୁ ପାରିଶ୍ରମିକ ଭାବେ ଦେଇଛନ୍ତି ୭ ଲକ୍ଷ ଟଙ୍କା । ରାନୁ ଏତେ ଟଙ୍କା ନେବାକୁ ପ୍ରଥମେ ମନା କରିଦେଇଥିଲେ ମଧ୍ୟ ଦେବାକୁ ଜବରଦସ୍ତି କରିଥିଲେ ହିମେଶ । ପରେ ରାନୁ ନିଜର ପାରିଶ୍ରମିକ ଗ୍ରହଣ କରିଥିଲେ ।

Leave A Reply

Your email address will not be published.