Latest Odisha News

ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସହ ଗୀତ ରେକର୍ଡ କଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ରେଲୱେ ଷ୍ଟେସନରୁ ମ୍ୟୁଜିକ ଷ୍ଟୁଡିଓ । ସ୍ବପ ଦୁନିଆରୁ ବାସ୍ତବତା । ସୋସିଆଲ ମିଡ଼ିଆରୁ ବଲିଉଡ ଯାତ୍ରା, ଭଳି ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ରାନୁମଣ୍ଡଳ ।

ସୋସିଆଲ ମିଡ଼ିଆର ଏକ ଭାଇରାଲ ଭିଡ଼ିଓରୁ କିଭଳି ରାନୁମଣ୍ଡଳଙ୍କ ଭାଗ୍ୟ ବଦଳିଥିଲା ତାହା କାହାକୁ ବା ଅଛପା ।

ବଲିଉଡରେ ରାନୁଙ୍କୁ ଏଣ୍ଟ୍ରି ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହୀମେଶ ରେଶମୀୟା କରାଇଥିବା ବେଳେ ସଫଳତାର ଆଉ ଏକ ପାହାଚ ଚଢ଼ିଛନ୍ତି ରାନୁ ।

ଏବେ ରାନୁ ନିଜ ପ୍ରଶଂସକଙ୍କ ଲାଗି ଏକ ନୂଆ ଗୀତ ‘କେହ ରହି ହେ ନଜଦିକୀୟା’ କୁ ନେଇ ଆସୁଛନ୍ତି। ଏହି ଗୀତରେ ବଲିଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଓ ହିମେଶ ରଶମିୟା ରାନୁ ମଣ୍ଡଳଙ୍କ ସହ ଗୀତ ଗାଇଛନ୍ତି।

ହିମେଶ ନିଜ ଅଫିସିଆଲି ଇନଷ୍ଟାଗ୍ରାମରେ ଉଦିତ ଓ ରାନୁ ମଣ୍ଡଳ ଗୀତ ଗାଉଥିବା ଏହି ଭିଡ଼ିଓକୁ ପୋଷ୍ଟ କରିଛନ୍ତି।

ରାନୁଙ୍କ ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରିବା ସହ ଅନେକ ତାରିଫ ମଧ୍ୟ କରିଛନ୍ତି। ରାନୁ ମଣ୍ଡଳଙ୍କୁ ହିମେଶ ଗୀତ ଗାଇବା ଲାଗି ସୁଯୋଗ ଦେଇଥିବାର ୟୁଜର୍ସ ମନେ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.