Latest Odisha News

ପାକିସ୍ତାନ ପାଇଁ ବିପଦ ଇମ୍ରାନ ଖାନ !

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ପାଇଁ ଏକ ବଡ଼ ବିପଦ ବୋଲି କହିଛନ୍ତି ପାକ୍ ସାଂସଦ ।

ଇମ୍ରାନ ଖାନ ବିଦେଶରେ ମୁହଁ ଖୋଲିବା ପାକିସ୍ତାନ ପାଇଁ ବିପଦ ହୋଇଥିବାରୁ ତାଙ୍କର ଭାଷଣ ଓ ସାମ୍ବାଦିକ ସମ୍ମିଳନୀ ଉପରେ କଟକଣା ଲଗାଯିବାକୁ ପାକିସ୍ତାନର ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନର ବିରୋଧୀ ଦଳ ‘ପାକିସ୍ତାନ ପିପୁଲ୍ସ ପାର୍ଟି’ ପକ୍ଷରୁ କୁହାଯାଇଛି ଯେ, ଇମ୍ରାନ ଖାନ ବିଦେଶରେ ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି । ତେଣୁ ତାଙ୍କର ଭାଷଣ ଓ ପ୍ରେସ କନଫ୍ରେନ୍ସ ଉପରେ ପ୍ରତିବନ୍ଧକ ଲଗାଯିବାର ଆବଶ୍ୟକତା ରହିଛି ।

ଇମ୍ରାନ ଖାନ ଯେତେବେଳେ ବିଦେଶ ଯାଇ କିଛି କହନ୍ତି, ସେତେବେଳେ ପାକିସ୍ତାନର ଲାଭ ହେବା ପରିବର୍ତ୍ତେ କ୍ଷତି ହେଉଛି ।

‘ପାକିସ୍ତାନ ପିପୁଲ୍ସ ପାର୍ଟି’ର ସାଂସଦ ମୁସ୍ତାଫା ନୱାଜ ଖୋଖର ଇମ୍ରାନ ଖାନଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ଯେ, ଇମ୍ରାନ  ବାହାର ଦେଶରେ ପାକିସ୍ତାନର ପକ୍ଷ ରଖିବା ବଦଳରେ ନିଜ ଦେଶ ବିରୁଦ୍ଧରେ ହିଁ କହୁଛନ୍ତି ଓ ସେହି କାରଣରୁ ଭାରତର ମିଡିଆରେ ପାକିସ୍ତାନର ସ୍ଥିତି ହାସ୍ୟାସ୍ପଦ ହୋଇଯାଉଛି ।

Leave A Reply

Your email address will not be published.