Latest Odisha News

BREAKING NEWS

ଡିସେମ୍ବର ୨୩ରେ ରିଲିଜ ହେବ ରଣବୀରଙ୍କ ସର୍କସ

ମୁମ୍ବାଇ: ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ କମେଡି ଡ୍ରାମା ସର୍କସ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ରଣବୀର ସିଂ ଏହି ଫିଲ୍ମରେ ଡବଲ ରୋଲ କରୁଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇଯାଇଛି ଏବଂ ଏହାକୁ ୨୩ ଡିସେମ୍ବରରେ ରିଲିଜ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରୋହିତଙ୍କ ଫିଲ୍ମରେ ପୂଜା ହେଗଡେ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ବରୁଣ ଶର୍ମାଙ୍କ ସମେତ ଅନେକ ବଡ କଳାକାର ଅଭିନୟ କରୁଛନ୍ତି । ୧୬ ବର୍ଷ ତଳେ ଗୋଲମାଲ ଫିଲ୍ମ ମାଧ୍ୟମରେ ଆପଣମାନେ ମୋତେ ଯେଉଁ ସହଯୋଗ କରିଥିଲେ ତା ଯୋଗୁ ମୁଁ ଏତେ ବାଟ ଆସିପାରିଛି ।

ସର୍କସ ଆପଣଙ୍କ ପରିବାର ପାଇଁ ଖ୍ରୀଷ୍ଟମାସ ଉପହାର ବୋଲି ରୋହିତ କହିଛନ୍ତି । ତେବେ ସର୍କସକୁ ବିଜୟ ସେତୁପତି ଓ କ୍ୟାଟ୍ରିନା କୈଫଙ୍କ ମେରୀ କ୍ରିସମାସ ଏବଂ ଟାଇଗର ଶ୍ରଫଙ୍କ ଗଣପତ ସହ କଡା ମୁକାବିଲା ହେବ । ଏହା ପରେ ପରେ ସଲମାନ ଖାଁଙ୍‌କ କଭି ଇଦ କଭି ଦିୱାଲୀ ଫିଲ୍ମ ରିଲିଜ ହେବାକୁ ଅଛି ।

Leave A Reply

Your email address will not be published.