Latest Odisha News

BREAKING NEWS

ତରବରରେ ସାନିଟାଇଜର ପିଇଦେଲେ ଆଥଲେଟ୍

ଭୁବନେଶ୍ୱର: ଜାପାନରେ ୟାମାନାଶି ହାଇସ୍କୁଲ୍ ର ତିନି ଜଣ ଆଥଲେଟ୍ ତରବରରେ ପାଣି ବଦଳରେ ସାନିଟାଇଜର ପିଇ ହସ୍ପିଟାଲରେ ପଡ଼ିଛନ୍ତି । ଏକ ୫ କିଲୋମିଟର ୱାକ୍ ରେସ୍ ବେଳେ ଭୁଲ୍ ରେ ସାନିଟାଇଜର ମିଶା ଡ୍ରିଙ୍କ୍ସ ପିଇଦେଇଥିଲେ । ଏହା ପରେ ତିନି ଜଣ ଯାକ ଆଥଲେଟ୍ ଅସୁସ୍ଥ ହୋଇଯାଇଛନ୍ତି ।

ଏହି ୱାକ୍ ଚାଲୁଥିବା ବେଳେ ମଝିରେ ପାଣି ପିଇବା ଜାଗାରେ ଆଥଲେଟ୍ ମାନେ ଏଭଳି ମାରାତ୍ମକ ଡ୍ରିଙ୍କ୍ ପିଇଦେଲେ । ବାସ୍ତବରେ ଏଭଳି ଭୁଲ୍ ଆୟୋଜକ କରିଛନ୍ତି । କାରଣ ସେମାନେ ପାଣି ସହିତ ସାନିଟାଇଜର୍ ରଖିଦେଇଥିଲେ । ଅବିକଳ ପାଣି ବୋତଲରେ ଆଉ ଏକ ପାନୀୟ ମିଶାଇ ସାନିଟାଇଜାର ସହ ରଖାହେଇଥିଲା ।

ଆଉ ଏହି ସମୟରେ ଶୋଷରେ ବାଉଳା ହୋଇ ସେମାନେ ଏହି ସାନିଟାଇଜର ମିକ୍ସଡ ଡ୍ରିଙ୍କ ପିଇଦେଲେ । ସଙ୍ଗେସଙ୍ଗେ ଜଣେ ଆଥଲେଟ୍ ବାନ୍ତି କରି ମୁଣ୍ଡ ବୁଲାଇ ସେଠାରେ ପଡ଼ିଥିଲେ । ଆଉ ଦୁଇଜଣ ପାଟିରୁ ଛେପ କାଢ଼ି ପୁଣି ଦୌଡ଼ିବାକୁ ଲାଗିଥିଲେ ।

ହେଲେ ସେ ଦୁଇ ଜଣ ବି କିଛି ସମୟ ପରେ ବେହୋସ୍ ହୋଇ ପଡ଼ିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଏବେ ଦୁଇ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଏନେଇ ୟାମାନାଶି ଗଭର୍ଣ୍ଣର ଏକ ତଦନ୍ତ କରୁଛନ୍ତି । ରିପୋର୍ଟ ଆସିଲେ ଏଭଳି ଉଦ୍ଦେଶ୍ୟମୂଳକ ବ୍ୟକ୍ତିକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ଗଭର୍ଣ୍ଣରଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.