ମୁମ୍ବାଇ: ରଣବୀର ସିଂଙ୍କ ନ୍ୟୁଡ ଫଟୋ ଶୁଟ ଏବେ ବେଶ କିଛି ଦିନ ହେବ ବିଭିନ୍ନ କାରଣରୁ ଚର୍ଚ୍ଚା ସାଁଉଟିବାରେ ଲାଗିଛି । ସୋମବାର ଏହି ଘଟଣା ଥାନାରେ ପଂହଚିଛି । ମୁମ୍ବାଇର ଏକ ଥାନାରେ ମହିଳାଙ୍କ ଭାବବେଗକୁ ଆଘାତ ପଂହଚାଇଥିବା ନେଇ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି । ତେବେ ଏହି ବ୍ୟକ୍ତିଜଣଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ । ରଣବୀର ଫଟୋକୁ କେତେକ ନିନ୍ଦା କରୁଥିବା ବେଳେ ଅନ୍ୟମାନେ ତାହା ତାଙ୍କ ବ୍ୟକ୍ତିଗତ ପସନ୍ଦ ବୋଲି ଦର୍ଶାଇଛନ୍ତି । ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସଙ୍କଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋଶୁଟ ରଣବୀର କରିଥିବା ଜଣାପଡିଛି । ଆଲିୟା ଭଟ୍ଟ, ସ୍ୱରା ଭାସ୍କର, ରାକ୍ଷୀ ସାୱନ୍ତ, ଅର୍ଜୁନ କାପୁର ପରି କଳାକାର ଏହାକୁ ସମର୍ଥନ କରିଛନ୍ତି । ଟିଏମସି ସାଂସଦ ମିମି ଚକ୍ରବର୍ତି କହିଛନ୍ତି ଯଦି ଜଣେ ମହିଳା ଏ ଭଳି ଫଟୋ ଶୁଟ କରାଇଥାନ୍ତା ତାହାହେଲେ ତାଙ୍କୁ କଣ ପ୍ରଶଂସା କରାଯାଇଥାନ୍ତା । ରଣବୀର ଏବେ ଆଲିୟାଙ୍କ ସହ ରକି ଔର ରାନୀ କି ପ୍ରେମ କାହାନୀର ଶୁଟିଂରେ ବ୍ୟସ୍ତ ଅଛନ୍ତି ।
BREAKING NEWS
- ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ
- ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର
- Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍
- ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ
- ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍କା, ବାକି ୭ରୁ ୬ଟି ଜିତିବା ଜରୁରୀ
- ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ
- ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ
- ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା;ଘରୁ ୨ ମୃତଦେହ ଉଦ୍ଧାର
- ସେହ୍ୱାଗ, ଦ୍ରାବିଡ଼ଙ୍କ ପୁଅଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ
- Nepal floods:୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ:ବୈଦେଶିକ ମନ୍ତ୍ରଣାଳୟ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

Comments are closed.