Latest Odisha News

BREAKING NEWS

ସିଂଘମ ଏଗେନ ପରେ ବ୍ରେକରେ ଯିବେ ରଣବୀର-ଦୀପିକା

ମୁମ୍ବାଇ: ବଲିଉଡର ରିଲ ଏବଂ ରିୟଲ ଲାଇଫର ସଫଳ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସିଂଘମ ଏଗେନର ଶୁଟିଂ ଶେଷ ହେବା ପରେ ଏହି ଷ୍ଟାର ଯୋଡି ପ୍ରେଗେନ୍ସି ବ୍ରେକରେ ଯିବେ । ସେମାନେ ମାନସିକସ୍ତରରେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ ପାଇଁ ରହିବେ । ଏହା ପରେ ବେଶ କିଛି ଦିନ ଏକୁଟିଆ ସମୟ କାଟିବେ । ସବୁ କିଛି ଠିକଠାକ ହେବା ପରେ ଫିଲ୍ମ କ୍ୟାରିୟର ପ୍ରତି ଧ୍ୟାନ ଦେବେ । ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନ ଫିଲ୍ମରେ ଏହି ଦୁଇ ଜଣଙ୍କ ବ୍ୟତୀତ କରୀନା କାପୁର, ଅକ୍ଷୟ କୁମାର, ଅର୍ଜୁନ କାପୁର, ଟାଇଗର ଶ୍ରଫ ଓ ଅଜୟ ଦେବଗାନ ନଜର ଆସିବେ । ୧୫ ଅଗଷ୍ଟ ୨୦୨୪ରେ ଏହା ରିଲିଜ ହେବ ।

ରୋହିତ ତାଙ୍କ ଫିଲ୍ମର ଫାଇନାଲ ସିଡ୍ୟୁଲ ମୁମ୍ବାଇରେ ଶୁଟିଂ କରିବେ । ଏଥିପାଇଁ ଏକ ଭବ୍ୟ ସେଟର ନିର୍ମାଣ କରାଯାଇଛି । ରଣବୀର ଡନ ୩ରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିପରି ନିକଟରେ ରିଲିଜ ହୋଇଥିବା ଦୀପିକା ଭିନୀତ ଫାଇଟର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ସିଂଘମ ଏଗେନର ସଫଳତା ସହ ନିଜ ସନ୍ତାନକୁ ସ୍ୱାଗତ କରିବା ପାଇଁ ଏହି ଯୋଡି ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.