ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବ୍ରୋମାନ୍ସ ଇଣ୍ଟରନେଟରେ ହିଟ୍ କରିଛି। ଇଣ୍ଟରନେଟ୍ ବ୍ୟବହାରୀଙ୍କ ହୃଦୟ ଜିତୁଛି ରଣବୀର ଓ ଧୋନିଙ୍କ ଏପିକ୍ ବ୍ରୋମାନ୍ସ।
ନିକଟରେ ମୁମ୍ବାଇରେ ଚାଲିଥିବା ଅଲ୍ ଷ୍ଟାର୍ସ ଫୁଟବଲ୍ ଅଭ୍ୟାସ ମ୍ୟାଚ୍ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ରଣବୀର ଏମଏସ ଧୋନିଙ୍କ ସହ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ଧୋନିଙ୍କୁ ‘ମୋ ଜାନ’ ବୋଲି କହିଥିଲେ। ସେ ପ୍ରସିଦ୍ଧ କ୍ରିକେଟରଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ଲେଖିଥିଲେ।
ଗୋଟିଏ ଫଟୋରେ ରଣବୀର ଏମଏସ ଧୋନିଙ୍କ ପାଦ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା। ଏଥିରେ ସେ କ୍ୟାପ୍ସନ ଦେଇଥିଲେ, “ବଡେ ଭାଇ କେ ଚର୍ନୋ ମୈ ହମେଶା” (ସର୍ବଦା ମୋ ବଡ ଭାଇଙ୍କ ପାଦତଳେ)।” ସେ ଆହୁରି ମଧ୍ୟ କହିଛନ୍ତି, “ମୋ ଜାନ” ତା’ପରେ ଏକ ଲାଲ୍ ହାର୍ଟ ଇମୋଜି ଦେଇଛନ୍ତି।
Comments are closed.