Latest Odisha News

BREAKING NEWS

ରଣବୀରଙ୍କ ଜନ୍ମ ଦିନରେ ସଞ୍ଜୟ ଦେଲେ ନୂତନ ଫିଲ୍ମର ଅଫର

ମୁମ୍ବାଇ: ରଣବୀର ସିଂ ୬ ଜୁଲାଇରେ ୩୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକପ୍ରିୟ ଫିଲ୍ମ ମେକର୍ସ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କୁ ନୂତନ ଫିଲ୍ମର ଅଫର ଦେଇଛନ୍ତି । ସେ ତାଙ୍କର ଆଗାମୀ ମ୍ୟୁଜିକାଲା ଡ୍ରାମା ବୈଜୁ ବାୱାରାରେ ରଣବୀରଙ୍କୁ ନେବା ପାଇଁ ନିଷ୍ପତି ନେଇଛନ୍ତି । ଜୟେଶଭାଇ ଜୋରଦାର, ସର୍କସ ଓ ୮୩ ଫିଲ୍ମର ଅସଫଳତା ପରେ ରଣବୀରଙ୍କ ମାର୍କେଟ ଭାଲ୍ୟୁ କମି ଯାଇଥିଲା । ସଞ୍ଜୟ କିନ୍ତୁ ଏହାକୁ ଖାତିର ନ କରି ରଣବୀରଙ୍କୁ ତାଙ୍କ ଡ୍ରିମ ପ୍ରୋଜେକ୍ଟରେ ସାମିଲ କରିଛନ୍ତି । ପଦ୍ମାବତ ପରେ ବୈଜୁ ବାୱାରା ପାଇଁ ରଣବୀର ତାଙ୍କ ପ୍ରଥମ ପସନ୍ଦ ଥିଲେ ।

ରଣବୀର ଏବେ ତାଙ୍କର ଆଗାମୀ ଫିଲ୍ମ ରକୀ ଔର ରାନୀକି ପ୍ରେମ କାହାନୀର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସଞ୍ଜୟଙ୍କ ସହ ରଣବୀରଙ୍କ ଏହା ଚତୁର୍ଥ ଫିଲ୍ମ ହେବ । ପୂର୍ବ ୩ଟି ଯାକ ଫିଲ୍ମ ସଫଳ ହୋଇଥିବାରୁ ଭନ୍ସାଲୀ କାହା କଥା ନ ଶୁଣି ରଣବୀରଙ୍କୁ ଫିଲ୍ମରେ ନେଇଛନ୍ତି । ସେ କହିଛନ୍ତି ଏହି ଫିଲ୍ମ ପାଇଁ ରଣବୀର ଓ ଆଲିୟାର ମୋର ସର୍ବଦା ପ୍ରଥମ ପସନ୍ଦ ରହିଛନ୍ତି ।

Leave A Reply

Your email address will not be published.